ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ପାଇଁ ସମସ୍ତ ସରକାରୀ ପରିଚୟ ପତ୍ର ଲାଗୁ ହେବ

କଟକ: ପ୍ରବାସୀ ଓଡ଼ିଆଙ୍କ ପଞ୍ଜିକରଣ ପାଇଁ କେବଳ ଆଧାର ନୁହେଁ , ସମସ୍ତ ସରକାରୀ ପରିଚୟ ପତ୍ର ଲାଗୁ ହେବ। ଏପରିକି କୌଣସି କାଗଜ ପତ୍ର ନଥିବା ଲୋକମାନେ ମଧ୍ୟ ସରପଞ୍ଚଙ୍କ ସ୍ୱୀକୃତି ପତ୍ର ଜରିଆରେ ପଞ୍ଜିକୃତ କରିପାରିବେ ବୋଲି କହିଛନ୍ତି ହାଇକୋର୍ଟ।

ଆବେଦନକାରୀ ମହେନ୍ଦ୍ର ପରିଡ଼ାଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି। ପୂର୍ବରୁ ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥାରେ ଆଧାର କାର୍ଡ ଏକ ମାତ୍ର ପରିଚୟ ପତ୍ର ଭାବେ ଗ୍ରହଣ କରାଯାଉଥିଲା। ଏହା ଦ୍ୱାରା ଆଧାର ନିୟମର ଉଲଘଂନ ହେଉଥିବା ଦର୍ଶାଇ ମହେନ୍ଦ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଧାର ସମେତ ସରକାର ସ୍ଥିର କରିଥିବା ସମସ୍ତ ପରିଚୟ ପତ୍ରକୁ ଗ୍ରହଣ କରିବାକୁ ସେ ଆବେଦନରେ ଦର୍ଶାଇଥିଲେ। ଏଣିକି ପଞ୍ଜୀକରଣ ପାଇଁ ଆଧାର ସମେତ ଅନ୍ୟାନ୍ୟ ୧୯ଟି ପରିଚୟ ପତ୍ର କାର୍ଯ୍ୟକାରୀ ହେବ ବୋଲି ପଞ୍ଜୀକରଣ ପୋର୍ଟାଲ୍‌ରେ ଅପଡେଟ କରାଯାଇଛି।

ଆହୁରି ପଢ଼ନ୍ତୁ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

You might also like