କଲେଜିୟମ ନିଷ୍ପତ୍ତି ବିରୋଧରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନ  ବିରୋଧ କରିଛି। ଏହାର  ପ୍ରତିବାଦରେ  ହାଇକୋର୍ଟ ଆଇନଜୀବୀମାନେ ଗତକାଲିଠାରୁ କାର୍ଯ୍ୟବନ୍ଦ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତିକୁ ବାର ଆସୋସିଏସନ ଦୃଢ ନିନ୍ଦା କରିବା ସହ କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ ଦାବି କରିଛି । କଲେଜିୟମ ବ୍ୟବସ୍ଥା ଦ୍ୱାରା ବିଚାରପତି ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ହୋଇପାରୁ ନାହିଁ ବୋଲି ଦର୍ଶାଇଛି ଆସୋସିଏସନ।

ଏହା ବଦଳରେ ଜାତୀୟ ନ୍ୟାୟିକ ଆୟୁକ୍ତ ବା NJC ଲାଗୁ ପାଇଁ ବାର ପକ୍ଷରୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି। ଏହି ପ୍ରସଙ୍ଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ବାର ନିଷ୍ପତ୍ତି ଗ୍ରହଣ କରିଛି ।

 

You might also like