ପୁଣି ଥରେ ଦାନା ବାନ୍ଧୁଛି ଓକିଲ ଆନ୍ଦୋଳନ

କଟକ: ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣ ଘଟଣାର ୭୨ ଘଣ୍ଟା ପରେ ବି ଅଭିଯୁକ୍ତ ଧରା ପଡ଼ିନଥିବାରୁ ଓକିଲଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ପୁଣି ଥରେ ଓକିଲ ଆନ୍ଦୋଳନର ଆଶଙ୍କା ଦାନା ବାନ୍ଧିବାରେ ଲାଗିଛି।

ଆଇନଜୀବୀଙ୍କୁ ଆକ୍ରମଣର ଲାଇଭ ଭିଜୁଆଲ ସିସିଟିଭିରେ ରହିଛି। ଅଭିଯୁକ୍ତମାନଙ୍କ ଭିତରେ ଜଣେ ରାଜନେତାଙ୍କ ପୁଅ ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଆହତ ଓକିଲ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ରାସ୍ତାରୁ ଗାଡି ସାଇଡ କରିବାକୁ ନେଇ ପ୍ରଥମେ କଥା କଟାକଟି ହେଲା। ଗାଡିରେ ଥିବା ଦୁର୍ବୃତ୍ତ ଅଚାନକ ଗାଡିରୁ ବାହାରି ଗ୍ୟାରେଜ କର୍ମଚାରୀ ଓ ମ୍ୟାନେଜରଙ୍କୁ ଗାଳି କରୁଥିବାରୁ ଆଇନଜୀବୀ ବାରଣ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଗ୍ୟାରେଜ କର୍ମଚାରୀଙ୍କ ସହ ଆଇନଜୀବୀଙ୍କୁ ମାଡ଼ ମାରି ପଥରରେ ମୁଣ୍ଡକୁ ଛେଚି ଦେଇଥିବା ସିସିଟିଭି ଫୁଟେଜରୁ ଜଣାପଦିଛି।

ଅଭିଯୁକ୍ତଙ୍କୁ ତୁରନ୍ତ ଧରା ନଗଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆଇନଜୀବୀ କହିଛନ୍ତି। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

You might also like