ଭୁବନେଶ୍ୱର: ପାଠକ ବାପ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍‌ ଠକେଇ ମାମଲାରେ ଜାମିନ ମିଳିଛି। ଅଭୟ ପାଠକ ଓ ଆକାଶ ପାଠକଙ୍କୁ  ଜାମିନ ଦେଇଛନ୍ତି ହାଇକୋର୍ଟ। ଖାରବେଳନଗର ଥାନାରେ ଦାଏର ମାମଲାରେ ମିଳିଛି ଜାମିନ, ୨ ଲକ୍ଷ ଟଙ୍କାର ୨ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ।

[caption id="attachment_248827" align="alignnone" width="750"] ପାଠକ ବାପ ପୁଅ[/caption]

ଏହା ପୂର୍ବରୁ  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିସାରିଛି । କ୍ରାଇମବ୍ରାଞ୍ଚ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ  କରିଛନ୍ତି। ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ୨୪ ଲକ୍ଷ ଟଙ୍କା କ୍ୟାସ୍ ସ୍ୟୁରିଟି ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ତାଙ୍କ ନାମରେ ଅନ୍ୟ ମାମଲା ରହିଥିବାରୁ ସେ ଜେଲରୁ ମୁକୁଳିପାରିବେ ନାହିଁ ବୋଲି ସୂଚନା ମିଳିଛି।

ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ୪ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ତଦନ୍ତକାରୀ ସଂସ୍ଥା ଦର୍ଶାଇଥିଲା।  ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଥିଲା। ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା।

 

Other Stories