ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି ! ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ । ରାଜ୍ୟରେ ଆଜିଠୁ ଗଡ଼ିଲା ଆଉ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆବର୍ଷରେ ରାଜ୍ୟବାସୀଙ୍କୁ ଏହି ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଏଜି ଛକ ସ୍ଥିତ ପରିବହନ ଭବନ ପରିସରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି । ନିଜସ୍ୱ ପାଣ୍ଠିରେ ରାଜ୍ୟ ସରକାର ସମସ୍ତ ଆମ୍ବୁଲାନ୍ସ କିଣିଛନ୍ତି । ଏହି ୮୪ଟି ଆମ୍ବୁଲାନ୍ସ ରାଜ୍ୟର ୨୭ ଜିଲ୍ଲାରେ ଗଡ଼ିବ ବୋଲି ଜଣାପଡ଼ିଛି । ଆଉ ଏଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ ।
ଏବେ ରାଜ୍ୟରେ ମୋଟ ୫୧୮ଟି ୧୦୮ ଆମ୍ବୁଲାନ୍ସ, ୫୦୦ଟି ଜନନୀ ଏକ୍ସପ୍ରେସ ଚାଲୁଛି । ୨୦୧୩ ମସିହାରୁ ରାଜ୍ୟବାସୀଙ୍କୁ ଏହି ଜରୁରୀ କାଳୀନ ସେବା ଯୋଗାଉଛନ୍ତି ସରକାର । ସେହିପରି ମାଲକାନଗିରି ବିଛିନ୍ନାଞ୍ଚଳରେ ୬ ଟି ୧୦୮ ବୋଟ ଆମ୍ବୁଲାନ୍ସ ମଧ୍ୟ ଚାଲୁଛି । ଏହି ପରିପକ୍ଷୀରେ ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି ।
#ନୂଆ_ବର୍ଷରେ_ମୁଖ୍ୟମନ୍ତ୍ରୀଙ୍କ_ଭେଟି
ରାଜ୍ୟରେ ଆଜିଠୁ ଗଡ଼ିଲା ଆଉ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆ ବର୍ଷରେ ରାଜ୍ୟବାସୀଙ୍କୁ ଏହି ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । #NaveenPatnaik #Odisha #Ambulance pic.twitter.com/P3GSdcvhIS— ଓଟିଭି (@otvkhabar) January 1, 2021
ଜନତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦେକ୍ଷପ ନିଆଯାଇଥିବା କହିଛନ୍ତି ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ମୁଖ୍ୟ ସଚିବ ପି କେ ମହାପାତ୍ର । ତେବେ ଆଗାମୀ ସମୟରେ ପର୍ଯ୍ୟାୟ କ୍ରମେ ୧୯ଟି ଓ ୨୮ଟି ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବବାର ଯୋଜନା କରାଯାଇଛି । ତେବେ ଏହି ଉଦ୍ଦଘାଟନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ, ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ମୁଖ୍ୟ ସଚିବ ପି କେ ମହାପାତ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପଟେ ଟିକାକରଣର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର । ସମସ୍ତ ଭଲ୍ୟୁଏଣ୍ଟିୟରଙ୍କ ନାଁ ୱେବସାଇଟରେ ଅପଲୋଡ୍ କରାଯାଇଛି । ଡ୍ରାଏରନ୍ ପାଇଁ କେନ୍ଦ୍ର ସରକାରଙ୍କ ସହ ବୈଠକ ହୋଇଥିଲା । ସବୁ ରାଜ୍ୟର ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏରନ୍ ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଏଥରେ ରାଜି ହୋଇଛନ୍ତି । ଆଜି ଆଇଟି ଲଙ୍କ୍ ଆସିବାର ଅନେକ ସମ୍ଭାବନା ରହିଛି । ଯଦ୍ୱାରା ଆସନ୍ତାକାଲି ୩୦ଟିଯାକ ଜିଲ୍ଳାରେ ଡ୍ରାଏରନ୍ ହେବ ।