ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ। ଏଥିଯୋଗୁ  ଗତ ୨୫ ଦିନରେ ନନ୍ଦନକାନନରେ ୩ଟି ହାତୀ ଆଖି ବୁଜିଲେଣି । ଗତକାଲି ୭ ବର୍ଷର ମାଈ ହାତୀ କମଳା ଆଖି ବୁଜିଛି। ଘାତକ ‘ହରପିସ୍’ ଭୂତାଣୁ ସଂକ୍ରମଣରେ କମଳାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପୂର୍ବରୁ ନନ୍ଦନକାନରେ ଥିବା ଏକ ଦନ୍ତା ଓ ଗୋଟିଏ ମାଈ ହାତୀର ବି ଏଥିଯୋଗୁ ମୃତ୍ୟୁ ହୋଇସାରିଛି । ଅଗଷ୍ଟ ୨୫ତାରିଖରେ ମାଈ ହାତୀ ‘ଜୁଲି’ ଓ ସେପ୍ଟେମ୍ବର ୧୫ରେ ଏକମାତ୍ର ଦନ୍ତା ‘ଚନ୍ଦନ’ର ମୃତ୍ୟୁ ହୋଇଥିଲା। ନନ୍ଦନକାନନରେ ବର୍ତ୍ତମାନ ୫ଟି ମାଈ ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ଟି ଛୋଟ ହାତୀ ଅଛନ୍ତି।

ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି,ହରପିସ୍ ଭୂତାଣୁ ଚିହ୍ନଟ ହୋଇଛି। ଏହାର ନିରାକରଣ ପାଇଁ ଉଦ୍ୟମ କରାଯିବ।

ଏବେ ଜାଣନ୍ତୁ କଣ ଏହି ହର୍‌ପିସ ରୋଗ  ଓ ଏହାର ଲକ୍ଷଣ

ହାତୀମାନଙ୍କୁ ହେଉଥିବା ହରପିସ୍ ରୋଗ ଏକ ଭୂତାଣୁ ଜନିତ ରୋଗ। ଏହି ଭୂତାଣୁ ସଂକ୍ରମିତ ହେବାର କିଛି ଘଣ୍ଟା ମଧ୍ୟରେ ହାତୀ ପ୍ରାଣ ହରାଇଥାନ୍ତି। ସଂକ୍ରମିତ ହାତୀ ସମ୍ପର୍କରେ ଆସିଲେ ସୁସ୍ଥ ହାତୀକୁ ହରପିସ୍ ରୋଗ ହେବାର ସମ୍ଭାବନା ରହିଛି। 

ହରପିସ ରୋଗ ବାୟୁରେ ସଂକ୍ରମିତ ହୁଏନାହିଁ। ପାଣିରେ କିମ୍ବା ଖାଇବା ସ୍ଥାନରେ ଭୂତାଣୁ ସମ୍ପର୍କରେ ଆସିଲେ ସୁସ୍ଥ ହାତୀ ସଂକ୍ରମିତ ହୋଇଥାଏ।

ହାତୀ ହରପିସ୍‌ ଭୂତାଣୁ ସଂକ୍ରମିତ ହେଲେ ରକ୍ତ କଣିକା ପ୍ରଭାବିତ ହୋଇଥାଏ। ହାତୀମାନଙ୍କ ପାକସ୍ଥଳୀ ସଂକ୍ରମିତ ହେବା ସହ ଶରୀର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରି ଦେଇଥାଏ। ହାତୀର ଦେହର ତାପମାତ୍ରା ବୃଦ୍ଧି ପାଇଥାଏ। ପାଟିଏ ଛୋଟ ଛୋଟ ଘାଁ ହେବା ସହ ନୀଳ ପଡ଼ିଯାଇଥାଏ। ହାତୀର ପେଟ ଜୋର୍‌ରେ ବଥା ହେବାସହ ହାତୀ ବାରମ୍ବାର ଉଠ୍ ବସ ହୋଇଥାଏ। ଖାଦ୍ୟ ନଖାଇବା ସହ ନିସ୍ତେଜ ରହିଥାଏ। ଭୂତାଣୁ ସଂକ୍ରମଣ ହେବାର କିଛି ଘଣ୍ଟା ମଧ୍ୟଟରେ ହାତୀର ମୃତ୍ୟୁ ଘଟିଥାଏ। 

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like