ବାତ୍ୟାର ଆଖି ଯୁଆଡେ ଯିବ, ସିଆଡେ କ୍ଷତି ଘଟାଇବ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ଆଖି ଯୁଆଡେ ଯିବ, ସିଆଡେ କ୍ଷତି ଘଟାଇବ। ବାତ୍ୟା ୟାସର ଆଖି ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟାର ଆଖି କେନ୍ଦ୍ର ସ୍ଥଳରେ ରହିଥାଏ, ଯୁଆଡ଼େ ଯାଏ ବେଶି କ୍ଷତି କରାଏ। ଆଖି ଯେଉଁ ଅଞ୍ଚଳରେ ଅତିକ୍ରମ କରେ, ଡବଲ ପବନ ହୁଏ। ପ୍ରଥମେ କିଛି ଘଣ୍ଟା ଗୋଟିଏ ଦିଗକୁ ପବନ ବହି ଚାଲିଥାଏ। କିଛି ସମୟ ପର୍ଯ୍ୟନ୍ତ ପୂରା ଶାନ୍ତ ହୋଇଯାଏ, ଏମିତିକି ଖରା ବି ପଡ଼େ। ଅଧ ଘଣ୍ଟା ବା ଘଣ୍ଟାଏ ପରେ ପୁଣି ପବନ ବିପରୀତ ଦିଗରେ ବହିବ। ପୂର୍ବରୁ ଦକ୍ଷିଣରୁ ବହୁଥିଲେ, କିଛି କ୍ଷଣ ପରେ ଉତ୍ତରରୁ ବହିବ। ପୂର୍ବରୁ ଯେମିତି ତୀବ୍ରରେ ବହୁଥିବ, ପରେ ସେତିକି ତୀବ୍ରରେ ବହିବ ବୋଲି ଡିଜି କହିଛନ୍ତି।

ଆଖି ଗତି କରୁଥିବା ଜାଗାରେ ଭୀଷଣ କ୍ଷୟକ୍ଷତି ଘଟିଥାଏ। ଘର ଭାଙ୍ଗେ, ଗଛ ଉପୁଡ଼େ; ଯାବତୀୟ କ୍ଷୟକ୍ଷତି ଘଟିଥାଏ। ଆଖି ଯାଉଥିବା ଅଞ୍ଚଳରେ ମଝିରେ ପବନ କମିଲେ ବାହାରକୁ ବାହାରନ୍ତୁ ନାହିଁ। ସଂପୂର୍ଣ୍ଣ ବାତ୍ୟା ଯିବା ସୂଚନା ପାଇଲେ ବାହାରକୁ ବାହାରନ୍ତୁ ବୋଲି ଡିଜି ପରାମର୍ଶ ଦେଇଛନ୍ତି।

ଏହି କ୍ରମରେ ବାତ୍ୟା ୟାସ୍‌ର ଆଖି ପାରାଦୀପ ରାଡାରରେ ସ୍ପଷ୍ଟ ହୋଇଛି। ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ସୂଚନା ମିଳିଛି। ରାଡାର ପରିଧିକୁ ଆସିଲା ପରେ ସ୍ପଷ୍ଟ ଆଖି ହୋଇଛି। ବାତ୍ୟାର କେନ୍ଦ୍ର ସ୍ଥଳରେ ହିଁ ରହିଥାଏ ଆଖି। ଆଖି ଯେଉଁ ଅଞ୍ଚଳ ଦେଇ ଯାଏ ସେଠାରେ ଭୟଙ୍କର କ୍ଷତି ଘଟାଇଥାଏ।

You might also like