• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: କରୋନା ଚିକିତ୍ସା ନାଁରେ ପାଣି ଭଳି ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ରାଜ୍ୟ ସରକାରଙ୍କ ଡକ୍ୟୁମେଣ୍ଟ କହୁଛି, ୩୩ଟି ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଛି ପାଖାପାଖି ୪୮୦ କୋଟି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। କରୋନା ରୋଗୀଙ୍କ ଚିକିତ୍ସା ଲାଗି ବିଭିନ୍ନ ଜିଲ୍ଲାରେ ବେସରକାରୀ କୋଭିଡ୍ ହସ୍ପିଟାଲ୍ ସହ କୋଭିଡ୍ ହେଲଥ ସେଣ୍ଟର ଖୋଲିଥିଲେ ରାଜ୍ୟ ସରକାର। ଏ ବାବଦରେ ସମୁଦାୟ ୪୭୯ କୋଟି ୯୦ ଲକ୍ଷ ୪୪ ହଜାର ଖର୍ଚ୍ଚ କରିଥିବା ବେସରକାରୀ ହସ୍ପିଟାଲଗୁଡ଼ିକ ଦାବି କରିଛନ୍ତି।

ତେବେ ରାଜ୍ୟ ସରକାର ଏହି ଖର୍ଚ୍ଚ ବାବଦରେ ସେମାନଙ୍କୁ ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ଟଙ୍କା ଦେଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ମୋଟ ୫୯ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭୁବନେଶ୍ୱର କିମ୍ସ ଦର୍ଶାଇଥିବା ବେଳେ ଏଯାଏଁ ଦିଆଯାଇଛି ୩୮ କୋଟି। ସେହିପରି ଭୁବନେଶ୍ୱର ସମ୍ ହସ୍ପିଟାଲ୍ ୫୮ କୋଟି ୫୯ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ପାଇଛି ୨୮ କୋଟି। ସେହିପରି କଟକ ଅଶ୍ୱିନୀ ହସ୍ପିଟାଲ୍ ବିଲ୍ ହେଉଛି ୩୨ କୋଟି ୩୫ ଲକ୍ଷ।

ଅନ୍ୟପକ୍ଷରେ କେବଳ କଟକ ମହାନଗର ଅଞ୍ଚଳରେ କୋଭିଡ୍ ଆକ୍ରାନ୍ତ ପ୍ରତି ବ୍ୟକ୍ତିଙ୍କ ପିଛା ୧୬ ହଜାର ୨୭୯ ଟଙ୍କା ଖର୍ଚ୍ଚ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ତେବେ କୋଭିଡ୍ ମହାମାରୀ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସହ ଦୁର୍ନୀତିର ଗନ୍ଧ ବାରିଛନ୍ତି। ସେପଟେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶା ସ୍ଥିତି ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି ଯେ, ସତର୍କ ନ ହେଲେ ଆଗକୁ ଓଡ଼ିଶାରେ ବି ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଏଣେ ଦିନକୁ ୭ ହଜାର ୩ ଶହ RTPCR ଟେଷ୍ଟ କରିବାକୁ ଯୋଜନା କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କୋଭିଡ୍ ସ୍ଥିତି ଜାଣିବା ପାଇଁ କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ରାଉରକେଲାରେ ସେରୋ ସର୍ଭେ କରାଯିବ ସୂଚନା ରହିଛି।
ଆଜିକୁ ଠିକ୍ ବର୍ଷେ ତଳେ ରାଜ୍ୟରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ ଆଉ ତା ପରେ ରାଜ୍ୟରେ ବିଗିଡିଯାଇଥିଲା ସ୍ଥିତି। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ସଚେତନ ନ ହେଲେ ପୁଣି ସଂକ୍ରମଣ ବଢିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

Here-is-the-corona-cost-report-of-govt-of-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories