• translate
Sarbeswar
  • ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ସତର୍କ ହେବା ଜରୁରୀ
  • ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ତାକୁ ଆକ୍ରାନ୍ତ କରେ
  • ଡାଇବେଟିସ୍ ଭଳି ଦୂରାରୋଗ୍ୟ ଆକ୍ରାନ୍ତ ହେବା ବେଶି ସମ୍ଭାବନା
  • ବ୍ଲାକ ଫଙ୍ଗସରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ଜରୁରୀ
  • ମାସ୍କ ପିନ୍ଧିବା, ଫୁଲ୍ ସାର୍ଟ ଓ ଫୁଲ୍ ପ୍ୟାଣ୍ଟ ପିନ୍ଧିବାକୁ କହିଲେ ଡାକ୍ତର 
  • ବଗିଚା କାମ କଲେ ହାତରେ ଗ୍ଲୋଭ୍ସ ଓ ପାଦରେ ଗନ୍ ବୁଟ୍ ପିନ୍ଧିବା
  • ସୁଗାର ଲେବୁଲ ସ୍ଥିର ରଖିବା ଓ କମ୍ ଷ୍ଟିରଏଡ୍ ବ୍ୟବହାର କରିବା
  • ଆଖି ଲାଲ୍ ପଡ଼ିଲେ ଓ ନାକରୁ କଳା ପାଣି ବାହାରିଲେ ଡାକ୍ତରଙ୍କୁ ଦେଖାନ୍ତୁ…

ଭୁବନେଶ୍ୱର: କରୋନା ପରେ ଡ଼ରାଇଲାଣି ବ୍ଲାକ ଫଙ୍ଗସ୍। ତେବେ ଏହି ରୋଗ କେମିତି ନବ୍ୟାପିବ ବା କେମିତି ଆପଣମାନେ ସାବଧାନ ରହିବେ ସେନେଇ ବଡ଼ ସୂଚନା ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର। ସେ କହିଛନ୍ତି ଯେ,  ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ସତର୍କ ହେବା ଜରୁରୀ ଅଟେ। ଏହାସହ ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ତାକୁ ଆକ୍ରାନ୍ତ କରେ। ଡାଇବେଟିସ୍ ଭଳି ଦୂରାରୋଗ୍ୟ ଆକ୍ରାନ୍ତ ହେବା ବେଶି ସମ୍ଭାବନା ରହିଛି। ବ୍ଲାକ ଫଙ୍ଗସରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ନିହାତି ଜରୁରୀ।

ମାସ୍କ ପିନ୍ଧିବା, ଫୁଲ୍ ସାର୍ଟ ଓ ଫୁଲ୍ ପ୍ୟାଣ୍ଟ ପିନ୍ଧିବା ଆବଶ୍ୟକ ବୋଲି କହିଲେ ଡାକ୍ତର ମିଶ୍ର। ବଗିଚା କାମ କଲେ ହାତରେ ଗ୍ଲୋଭ୍ସ ଓ ପାଦରେ ଗନ୍ ବୁଟ୍ ପିନ୍ଧିବା ଅତ୍ୟନ୍ତ ଜରୁରୀ। ସୁଗାର ଲେବୁଲ ସ୍ଥିର ରଖିବା ଓ କମ୍ ଷ୍ଟିରଏଡ୍ ବ୍ୟବହାର କରିବା ଆବଶ୍ୟକ। ଆଖି ଲାଲ୍ ପଡ଼ିଲେ ଓ ନାକରୁ କଳା ପାଣି ବାହାରିଲେ ଡାକ୍ତରଙ୍କୁ ତୁରନ୍ତ ଦେଖାନ୍ତୁ। ଡେରି କଲେ ଫୁସଫୁସ ଓ ବ୍ରେନକୁ ସଂକ୍ରମିତ କରିପାରେ ବୋଲି କହିଛନ୍ତି ଡାକ୍ତର ମିଶ୍ର। ଏହା ସଂକ୍ରାମକ ନୁହେଁ, ଠିକ ସମୟରେ ଚିକିତ୍ସା କଲେ ସୁସ୍ଥ ହେବେ। ଓଡ଼ିଶାରେ ବ୍ଲାକ ଫଙ୍ଗସ ଚିହ୍ନଟ ହୋଇଛି କି ନାହିଁ ସ୍ପଷ୍ଟ କରିନି ସ୍ୱାସ୍ଥ୍ୟ ବିଭାଗ।

ଏପଟେ,  ରାଜ୍ୟରେ ଆଜି ପୁଣି ୧୦ ହଜାର ଉପରେ ରହିଛି ସଂକ୍ରମଣ । ଗତକାଲି ୧୦,୬୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚି ଯାଇଛି ।  ଗତକାଲି ପରି ଆଜି ବି ଖୋର୍ଦ୍ଧା ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ୧ ନମ୍ବର ରହିଛି । ଏଠାରୁ ସର୍ବାଧିକ ୧,୩୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏବେ କରୋନା ସଂକ୍ରମଣର ହଟସ୍ପଟ ପାଲିଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Other Stories