ଗାଁରେ ପଶି ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ୍‌ ଅନ୍ତର୍ଗତ କେ.ବଳାଙ୍ଗ ଅଞ୍ଚଳରେ ୨୦ରୁ ୩୦ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ କରୁଛନ୍ତି। ଏହି ହାତୀପଲ ଡାଳିମ୍ବଡ଼ିହ ଓ ବାଖରତୋଳା ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଛନ୍ତି। ଏହା ସହ ବିଲରେ ପଶି ବ୍ୟାପକ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି।

ଏହି ହାତୀପଲ ଖାଦ୍ୟ ଅନୁସରଣରେ ଗାଁ ଭିତରକୁ ପଶି ଆସିଛନ୍ତି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

You might also like