ଭୁବନେଶ୍ୱର : ମାର୍ଚ୍ଚ ୨୦ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି। ରାଜଧାନୀର ଏକ ତାରକା ହୋଟଲରେ ସଂଧ୍ୟା ୬ଟାରୁ ୧୧ ମଧ୍ୟରେ ହୋଲି ପାଳନ କରାଯିବ।
ହଳଦୀ, ଟମାଟୋ, ବିଟ୍ ଏବଂ ବିଭିନ୍ନ ଫୁଲରେ ତିଆରି ରଙ୍ଗରେ ହୋଲି ଖେଳାଯିବ। ଚଳିତ ବର୍ଷ ଓଲିଉଡ୍ ତାରକା ସବ୍ୟସାଚୀ ହର୍ବାଲ ହୋଲିର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ସୂଚନା ସୂଚନା ଦିଆଯାଇଛି।
କେମିକାଲ ରଙ୍ଗ ଠାରୁ ଦୂରେଇ ରହି ହର୍ବାଲ ହୋଲି ଖେଳିବା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ସେ ୭ ବର୍ଷ ହେଲା ଏହି ହୋଲିକୁ ଆୟୋଜନ କରି ଆସୁଛନ୍ତି।