• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନିମାପଡ଼ା: ବୟସ ମାତ୍ର ୨୪ ବର୍ଷ। କାମ କରୁଥିବା ବେଳେ ପଡ଼ିଯାଇ ବେକର ମେରୁଦଣ୍ଡ ଭାଙ୍ଗି ଯିବାରୁ ଏବେ ଶଯ୍ୟାଶାୟୀ। ହାତଗୋଡ଼ କାମ କରୁନାହିଁ। ଚିକିତ୍ସା ପାଇଁ ଯାହା କିଛି ଥିଲା ସବୁ ବିକି ଭାଙ୍ଗି ଦେଇଛନ୍ତି ମାଆ। ଦିନକୁ ଦିନ ଅସହ୍ୟ ହେଉଛି ଯନ୍ତ୍ରଣା। ଏପରି ସ୍ଥିତିରେ ବଞ୍ଚିବାକୁ ମୋହ ତୁଟାଇ ସାରିଛନ୍ତି ଏହି ଯୁବକ। ଆଉ ତାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି।

ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବରୁଣ ଶାସନ ଅଞ୍ଚଳର ଅସହାୟ ସୁଲୋଚନା ସାହୁଙ୍କ ପୁଅ ହେମନ୍ତଙ୍କ କରୁଣ କାହାଣୀ।

hemantaଯୁବ ଅବସ୍ଥାରେ ପରିବାର ଚଳାଇବା ବଦଳରେ ଏବେ ହେମନ୍ତ ଶଯ୍ୟାଶାୟୀ। ରୋଗାଗ୍ରସ୍ତ ପୁଅର ସବୁ କଥା ବୁଝୁଛନ୍ତି ମାଆ ସୁଲୋଚନା। ପୁଅର ଦୁଃଖ ଦେଖି ପାରୁନାହାନ୍ତି। ପ୍ରାୟ ୪ ବର୍ଷ ହେଲା ଶଯ୍ୟାଶାୟୀ ପୁଅର ସେବା କରି ଆସୁଛନ୍ତି।

ଏକ କୋଠା କାମ କରୁଥିବା ବେଳେ ପଡ଼ିଯିବାରୁ ସ୍ନାୟବିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅକାମୀ ହୋଇପଡ଼ିଛି। ହାତ, ଗୋଡ଼ କାମ କରୁନାହିଁ। ୨୦୧୪ରୁ ଏପରି ଅବସ୍ଥା। ଘରେ ଯାହା ଥିଲା ବିକି, ଭାଙ୍ଗି ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସର୍ବସାନ୍ତ ହୋଇ ପଡ଼ିଛନ୍ତି ସୁଲୋଚନା। ଏବେ ପାଖରେ ଟଙ୍କା ନାହିଁ କି ଅଣ୍ଟାରେ ବଳ ନାହିଁ। ବଢ଼ିଲା ପୁଅର କେମିତି ଚିକିତ୍ସା ହେବ ତାକୁ ନେଇ ଭାଙ୍ଗି ପଡ଼ିଛନ୍ତି। ଏବେ ପୁଅର ଚିକିତ୍ସା ପାଇଁ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟକୁ ଅପେକ୍ଷା କରିଛନ୍ତି। କେହି ସହୃଦୟ ବ୍ୟକ୍ତି ଯଦି ସହାୟତାର ହାତ ବଢ଼ାଇବେ ତେବେ ହେମନ୍ତର ଚିକିତ୍ସା ହୋଇ ପାରିବ ବୋଲି କୋହଭରା ସ୍ୱରରେ କହିଛନ୍ତି ସୁଲୋଚନା।

hemantaହେମନ୍ତ କହିଛନ୍ତି, “ଭଲ ହେବାକୁ ଚାହୁଁଛି। କୌଣସି ବଡ଼ ଡାକ୍ତରଖାନାରେ ଚିକିତ୍ସା ହେଲେ ଭଲ ହୋଇପାରିବି। ହେଲେ ଆମ ସ୍ଥିତି ବହୁତ ଖରାପ, ଟଙ୍କା ନଥିବାରୁ ଚିକିତ୍ସା କରିବା ସମ୍ଭବ ନୁହେଁ। ଯନ୍ତ୍ରଣା ଆଉ ସହି ହେଉନି। ମୋତେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ।”

ଏବେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଚିକିତ୍ସିତ ହେଉଛନ୍ତି ହେମନ୍ତ। ତାଙ୍କ ଚିକିତ୍ସା କରୁଥିବା ଡାକ୍ତର କହୁଛନ୍ତି, ହେମନ୍ତ ଠିକ୍ ହୋଇ ପାରିବେ, ଉପଯୁକ୍ତ ଚିକିତ୍ସା ଦରକାର। ଏଥିପାଇଁ ୫୦ ହଜାରରୁ ଲକ୍ଷେ ଟଙ୍କା ଦରକାର। ଠିକ୍‌ ହେବା ପରେ ସେ ଆଉ ଆଗ ପରି କଠିନ କାମ କରିପାରିବେ ନାହିଁ। ତଥାପି ସାଧାରଣ ଜୀବନ ଯାପନ ଅତିବାହିତ କରିପାରିବେ।

ଅନ୍ୟପକ୍ଷେରେ ଜଣେ ଶଯ୍ୟାଶାୟୀ ଯୁବକ ଇଚ୍ଛାମୃତ୍ୟୁ ପାଇଁ କାକୁତି ମିନତି କରୁଥିବା ବେଳେ ଜିଲ୍ଲା ପ୍ରଶାସନର କାନରେ ଏହା ପଡ଼ୁନାହିଁ। ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ କି ପ୍ରଶାସନିକ ସହାୟତା ତାଙ୍କ ପାଖରେ ପହଞ୍ଚିନାହିଁ। ଯଦି ତାଙ୍କୁ ସରକାରୀ ସାହାଯ୍ୟ ମିଳି ପାରନ୍ତା, ହୁଏତ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତେ।

(ପୁରୀରୁ ସୋମନାଥଙ୍କ ସହିତ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ)

Hemanta-desires-death
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories