ତାରାଙ୍କ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ବିରୋଧ; ଇସ୍ତଫା ଦେଲେ ହେମନ୍ତ ପଣ୍ଡା

ଭୁବନେଶ୍ୱର: OTV ବିରୋଧରେ ତାରା ବାହିନୀପତିଙ୍କ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ନେଇ ଓପିସିସି ସୂଚନା ଅଧିକାର ବିଭାଗର ଅଧ୍ୟକ୍ଷ ହେମନ୍ତ ପଣ୍ଡା ଇସ୍ତଫା ଦେଇଛନ୍ତି।

ତାରାଙ୍କ ପଦକ୍ଷେପକୁ ଦଳ ବିରୋଧୀ ଦର୍ଶାଇ ସେ ନିଜ ପଦ ଛାଡ଼ିଛନ୍ତି। କେବଳ ଏତିକି ନୁହଁ ତାରାଙ୍କ ପଦକ୍ଷେପ କଂଗ୍ରେସ ବିଚାରଧାରାର ବିରୋଧାଚରଣ କରୁଛି ବୋଲି ସେ କହିଛନ୍ତି।

OTV ବିରୋଧରେ ତାରା ଆଣିଥିବା ସ୍ୱାଧିକାର ଭଙ୍ଗ ଘଟଣାକୁ ନିନ୍ଦା କରିବା ସହ ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ ବୋଲି ହେମନ୍ତ କହିଛନ୍ତି।

ଯଦି ଗଣମାଧ୍ୟମର କଣ୍ଠରୋଧ କରାଯିବ, ତା’ହେଲେ ଭାରତ ବର୍ଷର ସ୍ୱାଧୀନତା ସମ୍ପୂର୍ଣ୍ଣ ଭାବରେ ବିପନ୍ନ ହୋଇଯିବ ବୋଲି ସେ କହିଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣି ଦଳରେ ଏକ ଘରିକିଆ ତାରା !

You might also like