ଏଡ୍‌ସ ପୀଡିତା ମହିଳାଙ୍କୁ ଏଯାଏଁ ମିଳିନି ମୌଳିକ ସୁବିଧା

ବାଲେଶ୍ୱର : ଗତକାଲି ଏଡ୍‌ସ ଦିବସରେ ସଚେତନତା ବାର୍ତ୍ତାର ସୁଅ ଛୁଟୁଥିବାବେଳେ ଏଡ୍‌ସ ରୋଗୀଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦିଅାଯାଇଥିଲା। କିନ୍ତୁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅଞ୍ଚଳର ଜଣେ ଏଡ୍‌ସ ପୀଡିତା ମହିଳାଙ୍କୁ ଏଯାଏଁ ମିଳିନି ମୌଳିକ ସୁବିଧା। ବହୁ ଦିନ ଧରି ସେ ଏଡ୍‌ସ ରୋଗରେ ପୀଡିତ ଅଛନ୍ତି। ସ୍ୱାମୀ ମୁମ୍ବାଇରେ କାମ କରୁଥିବା ବେଳେ ଏହି ରୋଗ ନେଇ ଅାସିଥିଲେ।

ସ୍ୱାମୀ ତ ଅାରପାରିକୁ ଚାଲି ଗଲେଣି , ହେଲେ ସାମାଜିକ କଟକଣା ମଧ୍ୟରେ ରହିବାକୁ ପଡୁଛି ଏହି ମହିଳାଙ୍କୁ। ସରକାରୀ ସୁବିଧା ଅନୁସାରେ ତାଙ୍କୁ ଏପର୍ଯ୍ୟନ୍ତ ଘରଟିଏ ମିଳିନି। ୨ ପୁଅଙ୍କୁ ନେଇ ଏକ ଚାଳିଅା ଘରେ ରହୁଛନ୍ତି ଏଡସ୍ ପୀଡିତା। ତାଙ୍କୁ ଏକ ପକ୍କା ଘର ଦେବାପାଇଁ ସେ ସରକାରଙ୍କୁ ଗୁହାରି କରୁଛନ୍ତି।

ସେପଟେ ଏହି ମହିଳାଙ୍କୁ ଖୁବ୍‌ ଶୀଘ୍ର ଏକ ଘର ଯୋଗାଇ ଦିଅାଯିବ ବୋଲି କହିଛନ୍ତି ସୋର ବିଡିଓ।

You might also like