ବାତ୍ୟା ବିପନ୍ନଙ୍କ ପାଇଁ ଏମାନେ ଦେବଦୂତ

ଭୁବନେଶ୍ୱର: ସର୍ବସ୍ୱ ଲୁଟି ନେଇଛି ଫୋନି । ଘରେ ନା ଅଛି ପାଣି, ନା ଅଛି ଜିନିଷ । ନିଜେ ରାନ୍ଧି ଖାଇବା ସ୍ଥିତିରେ ନାହାନ୍ତି ବାତ୍ୟା ବିପନ୍ନ। ରାନ୍ଧିବେ କେଉଁଠି? ଚାଳ, ଚୁଲି ସବୁ ଏକାକାର । କେବଳ ଗାଁ ନୁହେଁ, ପାଣି ଓ ବିଜୁଳି ଅଭାବରୁ ସହରରେ ବି ସମାନ ଅବସ୍ଥା । ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ରିଲିଫ୍ ସାମଗ୍ରୀ ବି ସମୁଦ୍ରକୁ ଶଙ୍ଖେ ଭଳି।  ଏଭଳି ବିପଦ ସମୟରେ କିଛି ଦେବଦୂତ ସାଜିଛନ୍ତି କିଛି ବଦାନ୍ୟ ବ୍ୟକ୍ତି ଓ ସଂସ୍ଥା । ଏମାନେ ଗାଁ, ସହର ସବୁଆଡ଼େ ବୁଲି ଭୋକିଲା ପେଟକୁ ଦେଉଛନ୍ତି ମାଗଣା  ରନ୍ଧା ଖାଦ୍ୟ। ଏପରିକି ଓଡ଼ିଶା ପୋଲିସ ବି ଦେଖାଇଛି ନିଜର ଉଦାରତା ଆଉ ପ୍ରମାଣିତ କରିଛି ମାନବ ସେବା ହିଁ ମାଧବ ସେବା …

ଏମିତି ଏକ ସଂସ୍ଥା ହେଉଛି  ଅନ୍ତର୍ଜାତୀୟ ବେସରକାରୀ ସଂଗଠନ ଖାଲ୍ସା ଏଡ୍ । ଭୁବନେଶ୍ୱର ଖାରବେଳନଗର ସ୍ଥିତ ଗୁରୁଦ୍ୱାର ନିକଟରେ ଗୁରୁଦ୍ୱାରା ସିଂହସଭା ସହାୟତାରେ ଏଠାରେ ପାଞ୍ଚ ଦିନ ହେଲାଣି ଦିନକୁ ଦୁଇଥର ବିପନ୍ନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଦିଆଯାଉଛି ଅ। କେତେବେଳେ ଭାତ ଡାଲମା ତ କେତେବେଳେ ଖେଚୁଡ଼ି । ଭୁବନେଶ୍ୱର ସହ ପୁରୀରେ ବି ୫ ହଜାର ଲେଖାଏଁ  ବିପନ୍ନଙ୍କୁ ଆହାର ଯୋଗାଉଛି ଏହି ସଂଗଠନ ।

ବାତ୍ୟ ବିପନ୍ନଙ୍କୁ ସହାୟତାର ହାତ ବଢାଇଛନ୍ତି ଓଡ଼ିଶା ପୋଲିସ।  ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଓଡ଼ିଶା ଫୁଲିସ ପକ୍ଷରୁ ଖୋଲିଛି ଫ୍ରି କିଚେନ୍‌ । ଏହାର ନାମ ରଖାଯାଇଛି କରୁଣା ଫ୍ରି କିଚେନ୍ । ନିଜେ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା  ଲୋକଙ୍କ ସହ ସାମିଲ ହୋଇ ବାତ୍ୟା ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ ପରଷିଛନ୍ତି । ଏପରିକି ନିଜେ ମଧ୍ୟ ଭାତ ଡାଲମା ଖାଇଛନ୍ତି । ଡିଜିଙ୍କ ସମେତ ପୁରୀ ଏସ୍‌ପି ଓ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଏହି ମାଧବସେବାରେ ସାମିଲ ହୋଇଛନ୍ତି। ଓଡ଼ିଶା ଫୁଲିସର ଫ୍ରି କିଚେନ୍  ଆଗକୁ ସତ୍ୟବାଦୀ, ବ୍ରହ୍ମଗିରି ଓ ପିପିଲି ଆଦି ଅଞ୍ଚଳରେ ଖୋଲିବାର ଯୋଜନା ରହିଛି।

ସେହିପରି କଣ୍ଟାବାଞ୍ଜି ଉତ୍କଳ ମାରଓ୍ୱାଡ଼ି ଯୁବା ମଞ୍ଚ ବାତ୍ୟା ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ପଠାଯାଇଛି । କଥାରେ ଅଛି, ଭୋକିଲା ପେଟକୁ ଆହାର ଦେବାଠୁ ବଳି ପୁଣ୍ୟ ନାହିଁ ।  ଏହି କଥାକୁ ବୁଝିଥିବା କେତେକ ଉଦାର ବ୍ୟକ୍ତିତ୍ୱଙ୍କ ପାଇଁ ଆଜି ସର୍ବସ୍ୱ ହରାଇଥିବା ଲୋକଙ୍କ ପେଟ ଭୋକିଲା ରହୁନି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like