• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କରୋନା ରୋଗୀଙ୍କ ସହିତ କଥା ହେବେ ପରିବାର ଲୋକ। ରାଜ୍ୟର ସବୁ ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ରଖିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର।

ଗାଇଡ୍‌ ଲାଇନ୍‌ ଅନୁସାରେ ସବୁ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ ରହିବ। ପ୍ରତି ହେଲ୍‌ପ ଡେସ୍କ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ରହିବ। ଏହି ଟୋଲଫ୍ରି ନମ୍ବର ରାଜ୍ୟସ୍ତରୀୟ ପ୍ରାଧିକୃତ ଅଫିସର ତଥା ଅତିରିକ୍ତ DMETଙ୍କୁ ଅବଗତ କରାଯିବ। ଟୋଲ୍‌ ଫ୍ରି ନମ୍ବର ବିଜ୍ଞାପନ ମାଧ୍ୟମରେ ସାଧାରଣ ଲୋକଙ୍କୁ ଜଣାଇଦିଆଯିବ।

ହେଲ୍‌ପ ଡେସ୍କରେ ସବୁ ସମୟରେ ପର୍ଯ୍ୟାପ୍ତ କର୍ମଚାରୀ ରଖିବାକୁ କୁହାଯାଇଛି। କେବଳ ଫୋନ୍‌ ନୁହେଁ ସୋଶାଲ୍‌ ମିଡିଆ ଯଥା ହ୍ୱାଟ୍ସଆପ୍‌ରେ ମଧ୍ୟ ରୋଗୀଙ୍କ ବାବଦରେ ତାଙ୍କ ସଂପର୍କୀୟଙ୍କୁ ସୂଚନା ଦିଆଯିବ। ଏମିତି କି ରୋଗୀଙ୍କ ଭଏସ୍‌ ଓ ଫଟୋ ମଧ୍ୟ ହ୍ୱାଟ୍ସଆପ୍‌ ମାଧ୍ୟମରେ ସଂପର୍କୀୟଙ୍କୁ ଦେବ ହେଲ୍‌ପ ଡେସ୍କ।

ଏହାଛଡ଼ା କୋଭିଡ୍‌ ହସ୍ପିଟାଲରେ ଏକ କନ୍‌ପରେନ୍ସ ରୁମ୍‌ ବ୍ୟବସ୍ଥା ରହିବ। ଏଠାରେ ବସି ରୋଗୀଙ୍କ ସଂପର୍କୀୟ ସିସିଟିଭି ମାଧ୍ୟମରେ ରୋଗୀଙ୍କୁ ଦେଖିବେ ଓ ତାଙ୍କ ସହ କଥାବାର୍ତ୍ତା ହୋଇପାରିବେ। ରୋଗୀ ବାବଦରେ ତାଙ୍କ ସଂପର୍କୀୟଙ୍କୁ ଦିନକୁ ଥରେ SMS କିମ୍ବା ହ୍ୱାଟ୍ସଆପ୍‌ ମାଧ୍ୟମରେ ସୂଚନା ଦିଆଯିବାକୁ ନୂଆ ଗାଇଡ୍‌ଲାଇନରେ ବ୍ୟବସ୍ଥା ରହିଛି।

Help-desk-open-all-the-covid-hospital
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories