ଢେଙ୍କାନାଳରେ ‘ହେଇଯାଉ’ କାର୍ଯ୍ୟକ୍ରମ

ଢେଙ୍କାନାଳ  : ଢେଙ୍କାନାଳ ସହରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ। ଗଣେଶ ବଜାର ସ୍ଥିତ ପରଶୁ ଚା’ ଦୋକାନରେ ଏହି ଚା’ ଖଟି କାର୍ଯ୍ୟକ୍ରମ ଅାୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ।

ଏହା ପୂର୍ବରୁ ବୈଜୟନ୍ତଙ୍କୁ ଏକ ବାଇକ୍‌ ରାଲି ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ବିଜୁ ଭବନ ଠାରୁ ଗଣେଶ ବଜାର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାଲି କରାଯାଇଥିଲା । ଏଥିରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବି ସାମିଲ ହୋଇଥିଲେ ।

ଏହି ଅବସରରେ ହେଲିକପ୍ଟର ଉଡ଼ାଣ ବିବାଦ ପ୍ରସଙ୍ଗରେ ମତ ରଖି ବୈଜୟନ୍ତ କହିଥିଲେ, ଗୋଟିଏ ହେଲିକପ୍ଟର ଉପରେ ଅଭିଯୋଗ ଥିବା ବେଳେ ୩ଟି ହେଲିକପ୍ଟର କାହିଁକି ସିଜ୍ କରାଯାଇଛି। ଏହା ଅନ୍ୟାୟ, ଲୋକେ ଏହାର ଜବାବ ଦେବେ ବୋଲି ବୈଜୟନ୍ତ କହିଛନ୍ତି।

ସେହିପରି ଅଭିଜିତ ଅାୟାର ମିତ୍ର ପ୍ରସଙ୍ଗରେ ମଧ୍ୟ ସେ ମତ ରଖିଥିଲେ। କହିଥିଲେ, ଆୟାର ମୋ ମିତ୍ର ନୁହଁନ୍ତି, ତାଙ୍କ କାର୍ଯ୍ୟକୁ ନିନ୍ଦା ଓ ନାପସନ୍ଦ କରିସାରିଛି, ଓଡ଼ିଶାକୁ ପ୍ରମୋଟ୍ ପାଇଁ ସାମ୍ବାଦିକଙ୍କୁ ବୁଲାଇ ଦେଖାଇଥାଏ, ଯଦି ସମ୍ପୃକ୍ତ ବ୍ୟକ୍ତି ଆଉ କେଉଁଠି କ’ଣ କୁହନ୍ତି ଦଣ୍ଡିତ ହେବେ ।

You might also like