ଢେଙ୍କାନାଳ ହିନ୍ଦୋଳରେ ‘ହେଇଯାଉ’ କାର୍ଯ୍ୟକ୍ରମ

ଢ଼େଙ୍କାନାଳ: ଭୁବନେଶ୍ୱର, କଟକ ଓ ଦିଲ୍ଲୀ ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ହୋଇଛି। ହିନ୍ଦୋଳ ବ୍ଲକ ସାତ ମାଇଲ୍ ଛକରେ ଅାୟୋଜିତ ଏହି ଚା ଖଟି କାର୍ଯ୍ୟକ୍ରମରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବହୁ ବାସିନ୍ଦା ଯୋଗ ଦେଇଥିଲେ। ବିଶେଷ କରି ବହୁ ସଂଖ୍ୟାରେ ଯୁବକଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥଲା।

ବୈଜୟନ୍ତ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଅାଲୋଚନା କରିଥିଲେ। ଓଡ଼ିଶାରେ ଶିକ୍ଷା ଓ ବେକାରୀ ସମସ୍ୟା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ଉଚିତ ବୋଲି ସେ ଏହି ଅବସରରେ କହିଥିଲେ।

You might also like