୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ଭିତରେ ସାରା ରାଜ୍ୟକୁ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସୁଦ୍ଧା କେବଳ ୬ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନକୁ ମୌସୁମୀ ଛୁଇଁସାରିଛି। ବାକି ଥିବା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୪୮ ଘଣ୍ଟା ଭିତରେ ମୌସୁମୀ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ।

ବର୍ଷା ସଂପର୍କିତ ପୂର୍ବାନୁମାନ ଅନୁସାରେ, ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବ। ତେବେ କେନ୍ଦୁଝର, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଆସନ୍ତାକାଲି ବି ସବୁ ଜିଲ୍ଲାରେ ବର୍ଷା ଲାଗି ରହିବ। ତେବେ କାଲି ପରେ ୩-୪ ଦିନ ଯାଏଁ ବର୍ଷାର ପରିମାଣ କମ୍ ରହିବ ବୋଲି ଆକଳନ କରାଯାଇଛି।

You might also like