ଆସୁଛି ବଡ଼ ବର୍ଷା: ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ SRC ଲେଖିଲେ ଚିଠି

ମାଡ଼ି ଆସୁଛି ବର୍ଷା

ଭୁବନେଶ୍ୱର: ମାଡ଼ି ଆସୁଛି ବଡ଼ ବର୍ଷା। ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ  ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ SRC ଚିଠି ଲେଖିଛନ୍ତି। ହେବାକୁ ଥିବା ବର୍ଷା ନେଇ ସତର୍କ କରିବା ସହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ SRC । ବନ୍ୟା କଥା ବୁଝୁଥିବା ସବୁ ଅଫିସ୍ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ବି ଦେଇଛନ୍ତି। ଭୂସ୍ଖଳନ ସମ୍ଭାବନା ଥିବା ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ଓ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ବିପଜ୍ଜନକ ନଦୀବନ୍ଧ ପ୍ରତି ନଜର ରଖିବାକୁ ଯନ୍ତ୍ରୀଙ୍କୁ ତାଗିଦ କରିବା ସହ ଡଙ୍ଗା ଓ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରଖିବାକୁ ମଧ୍ୟ ସେ କହିଛନ୍ତି । ମତ୍ସ୍ୟଜୀବୀଙ୍କୁ କାଲି ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି ଏସଆରସି।

ସୂଚନା ଅନୁସାରେ, ୧୦ରୁ ୧୪ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା । ପ୍ରବଳ ବର୍ଷା ନେଇ ସତର୍କ କରାଇଛନ୍ତି ଏସଆରସି। ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଝାରସୁଗୁଡା, ଦେବଗଡ,  କେନ୍ଦ୍ରପଡା, ଜଗତସିଂହପୁରରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ତେବେ ମୋଟ୍‌ ଉପରେ କହିବାକୁ ଗଲେ ବର୍ଷା ଆସୁଥିବାରୁ ଚଳିତ ବର୍ଷ ରଜ ଓ ସାବିତ୍ରୀ ଓଷା ମାଡ଼ ଖାଇଯିବାର ସମ୍ଭାବନା ରହିଛି।

You might also like