ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ବର୍ଷା ହୋଇପାରେ।

ଅନ୍ୟପକ୍ଷରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

୨୮ ତାରିଖ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆଜିର ସୂଚନା ଅନୁସାରେ, ଟିଟିଲାଗଡ଼ରେ ସର୍ବାଧିକ ୬୩.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

You might also like