ବାଲେଶ୍ୱର: ପ୍ରବଳ ଝଡ଼ବର୍ଷା ଓ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ବାଲେଶ୍ୱରବାସୀ। ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା।
ପବନ ଏତେ ଜୋରରେ ବହିଥିଲା ଯେ, ଅନେକ ଗୁଡିଏ ଗଛ ଭାଙ୍ଗିଯାଇଥିଲା କିଛି ସ୍ଥାନରେ ଘରର ଛପର ମଧ୍ୟ ଉଡିଯାଇଥିଲା। ପ୍ରାୟ ୪୦-୫୦ କିଲୋମିଟର ବେଗରେ ପବନ ବହୁଥିବାର ଦେଖିବାକୁ ମିଳିଥିଲା।
ଫଳରେ ଲୋକେ ଛାନିଆ ହୋଇଯାଇଥିଲେ। ହଠାତ୍ କଳା ବାଦଲ ମାଡ଼ି ଆସି ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିବାରୁ ଲୋକେ ନାହିଁ ନଥିବା ହୀନସ୍ତା ହୋଇଥିଲେ।
ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଦ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ କଳାହାଣ୍ଡି ଆଦି ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ।