ଲଗାଣ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି
ଆଠଗଡ଼: ଲଗାଣ ବର୍ଷାରେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି।
କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ରାସ୍ତାରେ ୩ ଫୁଟର ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ରାସ୍ତା ଦେଖା ଯାଉନାହିଁ। ଫଳରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିବା ସୂଚନା ମିଳିଛି।
ଦେଖାଯାଉନି ରାସ୍ତା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଛି ଟ୍ରକ୍। ଦେଖନ୍ତୁ ଆଠଗଡ଼ର ଦୃଶ୍ୟ। #Athagarh #HeavyRainfall #Odisha pic.twitter.com/WSrqTH5EFl
— ଓଟିଭି (@otvkhabar) August 14, 2020
ଆଠଗଡ ବଜାରର କିଛି ଅଞ୍ଚଳରେ ମଧ୍ୟ ଡ୍ରେନ୍ ପାଣି ଠିକ୍ ଭାବେ ନିଷ୍କାସନ ହୋଇନପାରିବା ଯୋଗୁ ରାସ୍ତା ଉପରେ ପାଣି ପ୍ରବାହିତ ହେବାସହ ସହ କିଛି ଦୋକାନରେ ମଧ୍ୟ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି।