ଏସବୁ ଜିଲ୍ଲାରେ ବର୍ଷିବ, ତାତିରୁ ଆଶ୍ୱସ୍ତି ମିଳିବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି। ଆଜି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ଇତି ମଧ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗରମରୁ ତ୍ରାହି ପାଇବା ପାଇଁ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ ବର୍ଷା ହେବା ନେଇ ସମ୍ଭାବନା ରହିଛି।

ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ତା’ସହ ୮ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ କନ୍ଧମାଳ।

ଏପଟେ ରାଜ୍ୟରେ ବଢିବାରେ ଲାଗିଛି ଗ୍ରୀଷ୍ଣ ତାତି। ଟିଟିଲାଗଡ, ମାଲକାନଗିରି ଓ ବଲାଙ୍ଗିର ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡରେ ୪୦.୫ ଡିଗ୍ରୀ ରହିଛି। ମାଲକାନଗିରିରେ ୪୦.୨ ଡିଗ୍ରୀ ଓ ବଲାଙ୍ଗିରରେ ୪୦ ଡିଗ୍ରୀ ରହିଛି। ସେହିପରି କଟକ ଓ ବୌଦ୍ଧ ୩୯.୫ ଡିଗ୍ରୀ, ଭୁବନେଶ୍ୱର ୩୯.୨ ଡିଗ୍ରୀ, ପାରଳାଖେମୁଣ୍ଡି ୩୯.୨ ଡିଗ୍ରୀ ରହିଛି।

ବାଲେଶ୍ୱର ନୀଳଗିରି ଅଞ୍ଚଳରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇଛି। ଆଜି ଅପରାହ୍ଣରେ ହଠାତ ପବନ ଯୋଗୁଁ ମଛୁଆ ପଞ୍ଚାୟତର ସାନକାଳିଆପଦା ଅଞ୍ଚଳରେ କିଛି ଘରର ଛପର ଉଡିଯାଇଥିବା ଦେଖିବାକୁ ମିଳିଛି। ସେହିପରି ଏହି ଅଞ୍ଚଳରେ କିଛି ଗଛ ଉପୁଡି ପଡିଥିବା ବେଳେ ଆଉ କିଛି ଗଛର ଡାଳ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି।

You might also like