୫ ମିନିଟ୍‌ରେ‌ ସବୁ ଛିନ୍‌ଛତ୍ର: ଉଡ଼ିଗଲା ଛପର, ଭାଙ୍ଗିଲା ଘର

ଭୁବନେଶ୍ୱର: କଟକ ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ। ଦିନସାରା ପ୍ରବଳ ଗରମ ଗୁଳୁଗୁଳି ପରେ ଆଜି ସଂଧ୍ୟାରେ ହଠାତ୍ ଝଡ଼ବର୍ଷା ହୋଇଥିଲା। ଏହା ଯୋଗୁଁ ଦୁଇ ସହରର ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ପବନ ଯୋଗୁଁ ଜଗତପୁର ଆଇବି ରୋଡ୍‌ରେ ଥିବା ବିଜୁ କଲୋନୀ ବସ୍ତିରେ ୧୫ରୁ ଅଧିକ ଘରର ଛାତ ଉଡ଼ିଯାଇଛି। ଫଳରେ ବର୍ଷାରେ ଘରର ସମସ୍ତ ଜିନିଷପତ୍ର ଓଦା ହୋଇ ନଷ୍ଟ ହୋଇଯାଇଛି। ପିଲାଛୁଆ ଧରି ଲୋକେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି।

ଭୁବନେଶ୍ୱରରେ ମଧ୍ୟ ଝଡ଼ବର୍ଷା ହେବା ସହ ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଏହି ୨ଟି ଭିଡିଓ ଦେଖିଲେ ଆପଣ ଜାଣିପାରିବେ ଯେ କେତେ ଭୟଙ୍କର ଥିଲା ଏଇ ବର୍ଷା ପବନ।

  • ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି।
  • ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା।
  • ରାଜ୍ୟର ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି।
  • କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ, ଗଜପତି, କନ୍ଧମାଳ।
  • ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ଆଶଙ୍କା।
  • କୋରାପୁଟ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ବି ବର୍ଷା ସମ୍ଭାବନା

You might also like