ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ। ଘର ଭାଙ୍ଗିବା ସହ ମାଟି ଅତଡ଼ା ଧସିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ୮ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳ ବର୍ଷା ସମ୍ଭାବନା ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼, ଦେବଗଡ଼। ରେଡ୍ ୱାର୍ଣ୍ଣିଂ ଜିଲ୍ଲାମାନଙ୍କରେ ଅତି ପ୍ରବଳ ବର୍ଷା ନେଇ ହେବାର ସମ୍ଭାବନା ରହିଛି। ପାଣି ଜମିବା, କଚା ରାସ୍ତା ଓ ଘର ଭାଙ୍ଗିବା, ମାଟି ଅତଡ଼ା ଧସିବା ଆଶଙ୍କା କରାଯାଇଛି।

ସେହିପରି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲାରେ ମଧ୍ୟ ପାଣି ଜମିବା, କଚା ଘର ଭାଙ୍ଗିବା ଆଶଙ୍କା କରାଯାଇଛି।

ସେହିପରି କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ବାଲେଶ୍ୱର ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୩ରୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like