ଭୁବନେଶ୍ୱର: ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ୪୦ କିମି ବେଗରେ ବହିବ ପବନ। ଏ ନେଇ  ସତର୍କ କରାଇଲା ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଯୋଗୁଁ ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ସେହି ଜିଲ୍ଲାଗୁଡିକ ହେଲା-

  • ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର

ଆସନ୍ତାକାଲି ସକାଳ ୮.୩୦ ଯାଏଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ତଳିଆ ଅଞ୍ଚଳରେ ପାଣି ଜମି ପାରେ ଓ କଚ୍ଚା ଘର ପ୍ରତି ବିପଦ ରହିଛି ବୋଲି ପାଣିପାଗ ବିଭାଗ ପ୍‍ରୁ ସୂଚନା ଦିଆଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷିବ କହିଲେ IMD ଡିଜି କହିଛନ୍ତି। ଆଜି ସବୁଠାରୁ ବେଶି ବର୍ଷା ସହ କୋହଲା ପବନ ଲାଗି ରହିବ।

ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ପୌରାଞ୍ଚଳରେ ମଧ୍ୟ ଡ୍ରେନେଜକୁ ନେଇ ସମସ୍ୟା ହୋଇପାରେ। ବିଶେଷକରି ସମୁଦ୍ରକୁ ଲାଗିଥିବା ଅଞ୍ଚଳ ବେଶି ପ୍ରଭାବିତ ହେବ ବୋଲି ସେ କହିଛନ୍ତି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ୨୩ ତାରିଖ ଅପରାହ୍ମରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାଡ଼ା ମଝିରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି।

ସେହିପରି ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ। ସମୁଦ୍ରରେ ଏହାର ପ୍ରଭାବ ବେଶି ରହିବ, ମତ୍ସ୍ୟଜୀବୀଙ୍କୁ ବାରଣ କରାୟାଇଛି। ଓଡ଼ିଶାର ସବୁ ବନ୍ଦରକୁ ୩ ନଂ ସତର୍କ ସଂକେତ ଜାରି କରାଯାଇଛି।

Other Stories