ପ୍ରବଳ ବର୍ଷିବ, ସତର୍କ ରହିବାକୁ SRCଙ୍କ ପରାମର୍ଶ

ଭୁବନେଶ୍ୱର: ୨୦ ଜିଲ୍ଲାରେ ପ୍ରବଳ ବର୍ଷିବ। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜିଲ୍ଲାପ୍ରତି ନଜର ରଖିବାକୁ ପରାମର୍ଶ ଦେଲେ SRC।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଜିଲ୍ଲାପାଳମାନଙ୍କୁ SRC ଚିଠି ଲେଖିଛନ୍ତି। ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜିଲ୍ଲାପ୍ରତି ନଜର SRC ପରାମର୍ଶ ଦେଇଛନ୍ତି।

ବିଶେଷ କରି ଜଳ ନିଷ୍କାସନ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ପ୍ରତି ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଲଘୁଚାପ ଯୋଗୁଁ ଆସନ୍ତା ୬ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଲି ସକାଳ ଯାଏଁ ୫ ଜିଲ୍ଲାକୁ ଅରେଞ୍ଜ, ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି।

ଅରେଞ୍ଜ ୱାର୍ଣ୍ଣି:-

ଗଞ୍ଜାମ, ବଲାଙ୍ଗିର, ସୋନପୁର, କେନ୍ଦୁଝର ଓ ମୟୂରଭଞ୍ଜ

ୟେଲୋ ୱାର୍ଣ୍ଣି:-

କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ଅନୁଗୁଳ, କଟକ, ପୁରୀ, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର

You might also like