ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ। ଏନେଇ ଆଜି ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଲା- କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର ଓ ବରଗଡ଼।

ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସହ ଝଡ଼ତୋଫାନର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଯାଏଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ତେବେ ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବନ୍ୟାଜଳ ଆସିବା ଫଳରେ ଅନେକ ଚାଷ ଜମିରେ ପାଣି ମାଡ଼ି ଯିବା ସହ ଅନେକ ଅଞ୍ଚଳ ପ୍ରଭାବିତ ମଧ୍ୟ ହୋଇଛି।

ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ଜଳକା ବିପଦ ସଙ୍କେତ ଟପିଛି। ଫଳରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳ ପ୍ରଭାବିତ ହୋଇଛି।

ମଥାନୀ ଠାରେ ବିପଦ ସଙ୍କେତ ୫. ୫୦ ମିଟର ଥିବାବେଳେ ଜଳସ୍ତର ୬.୩୦ମିଟରରେ ପ୍ରବାହିତ ହେଉଛି। ଯଦି ଏଭଳି ବର୍ଷା ଲାଗି ରହେ ତେବେ ବସ୍ତା ବ୍ଳକ୍‌ର ୧୦ଟି ପଞ୍ଚାୟତ ଓ ସଦର ବ୍ଳକ୍‌ର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି।

You might also like