ତାସ୍‌ ଘର ପରି ଭୁଷୁଡି ପଡ଼ିଲା ଦୁଇ ମହଲା କୋଠା, ଦେଖନ୍ତୁ ଭିଡିଓ

ବାରିପଦା: ସମସ୍ତେ ଚାହିଁଛନ୍ତି, ଆଖି ଆଗରେ ତାସ୍ ଘର ପରି ଭୁଷୁଡ଼ି ପଡ଼ିଲା ଦୁଇ ମହଲା କୋଠା।  ଘରଟି ପୁରା ମାଟିରେ ମିଶି ଯାଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। ଏମିତି ଏକ  ଅଘଟଣ ଘଟିଛି ବାରିପଦାରେ ମଧୁବନ ତାଳ ସାହିରେ।

ମୟୂରଭଞ୍ଜ ଜିଲ୍ଲାରେ ଗତକାଲିଠାରୁ ଲାଗି ରହିଛି ବର୍ଷା। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବାବେଳେ ଗୋଟିଏ ଦୁଇମହଲା କୋଠା ଘର ଭୁଷୁଡି ପଡ଼ିଛି। ସୌଭାଗ୍ୟବଶତଃ ଏହି ସମୟରେ ଘରେ କେହି ନ ଥିଲେ । ସେଥିପାଇଁ କେହି ମୃତାହତ ହୋଇ ନାହାନ୍ତି।

ସୂଚନାଥାଉ କି, ପ୍ରବଳ ବର୍ଷା ଯୋଗୁ ସହର ଦେଇ ଯାଇଥିବା ଜରାଳି ଓ ସରାଳି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ନଦୀର ତଳିଆ ଅଞ୍ଚଳରେ ଘରେ ବନ୍ୟାଜଳ ପଶି ଯାଇଛି। ୩, ୧୦, ୧୫, ୧୬ ଓ ୧୭ ନମ୍ବର ୱାର୍ଡ ଏବେ ପାଣି ଘେରରେ ରହିଛି । ଶୂନଗଡ଼ଇା ଅଞ୍ଚଳର କିଛି ସ୍ଥାନରେ ବି ଘରେ ପଶିଛି ବନ୍ୟା ପାଣି। ଘଟଣାସ୍ଥଳରେ ତହସିଲଦାର, ଉପଜିଲ୍ଲାପାଳ ଓ ADM ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

You might also like