ରାୟଗଡ଼ା : ପ୍ରବଳ ବର୍ଷାରୁ ରାୟଗଡ଼ା ମୁନିଗୁଡା ଅଞ୍ଚଳରେ ଅସ୍ତବ୍ୟସ୍ତ ଜନଜୀବନ। ବିଷମକଟକ ବ୍ଲକ୍ ପାଇକଡାକୁଲୁଗୁଡା ଓ ଥୁଅାପାଡି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନ ହୋଇଛି। ଥୁଅାପାଡି ପଞ୍ଚାୟତର ଭେଜିପଦର କାଣିଯୋଡି ବ୍ରିଜ୍ ଉପରେ ୪ ଫୁଟର ପାଣି ଚାଲିଛି।
ସେହିପରି ପାଇକଡାକୁଲୁଗୁଡାଠାରେ ରାସ୍ତା ଧୋଇ ହୋଇ ଯାଇଛି। ରାସ୍ତ ଧୋଇ ଯିବାରୁ ଅନେକ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି। ରାସ୍ତା ମରାମତି ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଲୋକେ କହିଛନ୍ତି। ପ୍ରବଳ ବର୍ଷାରୁ ମୁନିଗୁଡା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକ୍ ଅଞ୍ଚଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।