ରାୟଗଡ଼ା : ଲଗାଣ ବର୍ଷାରେ ଧସିଲା ରାୟଗଡ଼ା ଜିଲ୍ଲା ରଘୁବାରି ଘାଟି। ଘାଟି ଧସିବାରୁ ରଘୁବାରି ଓ ଡିମିରିଗୁଡ଼ା ଅଞ୍ଚଳର ପ୍ରାୟ ୪୦ ଖଣ୍ଡ ଗାଁର ୫ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ରଘୁବାରିରୁ ପାତରପଡ଼ା, ହରିପୁର ଓ ଡିମିରିଗୁଡ଼ା ରାସ୍ତା ଧସି ହୋଇଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।
ଏପରିକି ଅମ୍ବାଦଳାକୁ ଯାଇଥିବା ଲୋକେ ନିଜ ଗାଁକୁ ଫେରି ପାରୁ ନାହାନ୍ତି । ମୁନିଗୁଡା କିମ୍ବା ଅନ୍ୟ କୌଣସି ସ୍ଥାନକୁ ମଧ୍ୟ ଲୋକେ ଜରୁରୀ କାମରେ ଯାଇ ପାରୁନଥିବା ଜଣାପଡ଼ିଛି।