କୋରାପୁଟରେ ଲଗାଣ ବର୍ଷା

ମାଛକୁଣ୍ଡ ଓ ଜଲାପୁଟର ଜଳସ୍ତର ବୃଦ୍ଧି

କୋରାପୁଟ  : କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା । ଫଳରେ କୋରାପୁଟ ଉପର କୋଲାବ, ମାଛକୁଣ୍ଡ ଓ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। କୋରାପୁଟ ଉପର କୋଲାବ ଜଳ ଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଛି।

ଏଠାରେ ବିପଦ ସଂକେତ ୮୫୮ ମିଟର ଥିବା ବେଳେ ଏବେ ଜଳପତ୍ତନ ୮୫୭ ମିଟର ରହିଛି। ଅାଜି ଅପରାହ୍ନ ୪ଟାରେ ଗେଟ୍ ଖୋଲିବା ନେଇ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଏ ନେଇ ସେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି।  ତଳିଅା ଅଞ୍ଚଳ ଲୋକଙ୍କୁ ନଦୀ ତଟକୁ ନ ଯିବା ପାଇଁ ପରାମର୍ଶ ଦିଅାଯାଇଛି।

ସେପଟେ ଜଲାପୁଟରେ ଜଳପତ୍ତନ ବିପଦ ସଂକେତ ପାଖାପାଖି ପହଞ୍ଚିଛି। ଏହାର ବିପଦ ସଂକେତ ୨୭୫୦ ଘନଫୁଟ ରହିଥିବା ବେଳେ ଜଳସ୍ତର ବର୍ତ୍ତମାନ ୨୭୪୮ ଘନଫୁଟ ରହିଛି। ସେହିପରି ମାଛକୁଣ୍ଡ ଜଳଭଣ୍ଡାରର ବିପଦ ସଂକେତ ୨୭୯୦ ଘନଫୁଟ ରହିଥିବା ବେଳେ ଜଳସ୍ତର ରହିଛି ୨୫୮୮ ଘନଫୁଟ।  ତେଣୁ ୫ଟି ଗେଟ୍ ଖୋଲାଯାଇ ୮ ହଜାର ୬ ଶହ କ୍ୟୁସେକ ଜଳ ନିଷ୍କାସିତ କରାଯାଉଛି।

You might also like