• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଲଗାଣ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ୱର। ରାଜଧାନୀର ପ୍ରମୁଖ ରାସ୍ତା ସହ ଜଳମଗ୍ନ ହୋଇପଡିଥିଲା ଅନେକ ତଳିଆ ଅଞ୍ଚଳ। ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଗ୍ୟାରେଜ ଛକ, ଲକ୍ଷ୍ମୀସାଗର ଓ ପଥରବନ୍ଧ ବସ୍ତି ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା। ଲୋକଙ୍କ ଘରେ ପାଣି ପଶିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ। ରାସ୍ତାରେ ପାଣି ଜମି ରହିଥିବାରୁ ଠପ୍ ହୋଇ ପଡିଥିଲା ଟ୍ରାଫିକ୍ ବ୍ୟବସ୍ଥା। କିଲୋମିଟର ଧରି ଅଟକି ରହିଥିଲା ଗାଡି।

ନୟାପଲ୍ଲୀ ବେହେରା ସାହିରେ ପ୍ରାୟ ଚାଲୁଥିଲା ଆଣ୍ଠୁଏ ଉଚ୍ଚର ପାଣି। ପ୍ରବଳ ବର୍ଷାରୁ ଜଳମଗ୍ନ ହୋଇପଡିଛି ତଳିଆ ଅଞ୍ଚଳ। ଜଳମଗ୍ନ ହୋଇପଡିଛି ବେହାରାସାହିରୁ ୮ ନମ୍ବର କଲ୍ୟାଣ ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତା। ରାସ୍ତାରେ ପାଣି ଜମି ରହିବା ସହ ଲୋକଙ୍କ ଘର ଭିତରକୁ ପଶିଯାଥିଲା ବର୍ଷା ପାଣି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସେହିପରି ପୁରୀ-ଭୁବନେଶ୍ୱର ରାସ୍ତା ଚିନ୍ତାମଣିଶ୍ୱର ଗ୍ୟାରେଜ୍ ଛକରେ ପ୍ରବଳ ବର୍ଷାରୁ ନାହିଁ ନଥିବା ଅବସ୍ଥା। ଲଗାତର ବର୍ଷାରୁ ରାସ୍ତା ଉପରେ ପ୍ରବଳ ମାତ୍ରାରେ ପାଣି ଜମି ରହିଛି। ପାଣି ଜମି ରହିବାରୁ ଗାଡ଼ି ଚଳାଚଳ ସହ ଟ୍ରାଫିକ୍‌ ବ୍ୟବସ୍ଥା ଠପ୍‌ ହୋଇପଡିଛି। ରାସ୍ତାଘାଟ ସବୁଆଡେ ପାଣି ଜମିରହିଥିବାରୁ ଲୋକେ ନାନା ହନ୍ତସନ୍ତ ହୋଇଥିଲେ।

ଲକ୍ଷ୍ମୀ ସାଗର ଅଞ୍ଚଳ ଅବସ୍ଥା ନ କହିବା ଭଲ । ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଏହି ଅଞ୍ଚଳ। ପୁରୀ-କଟକ ଜାତୀୟ ରାଜପଥର ଦୁଇ ପଟରେ ଲହଡ଼ି ଭାଂଗିଥିଲା ବର୍ଷା ପାଣି।

ପ୍ରବଳ ମାତ୍ରାରେ ପାଣି ରହିଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଣ୍ଟା ଘଣ୍ଟା ଧରି ଲୋକେ ରାସ୍ତାରେ ଅଟକି ରହିଥିଲେ। ଲକ୍ଷ୍ମୀସାଗର ଅଂଚଳରୁ ପ୍ରାୟ ରସୁଲଗଡ଼ ପର୍ଯ୍ୟନ୍ତ ଲାଗିଥିଲା ଗାଡିର ଲମ୍ବା ଧାଡ଼ି।

କିଛି ଗାଡ଼ି ପାଣିରେ ପଶି ଅତିକ୍ରମ କରିବାକୁ ଚେଷ୍ଟାକରି ଫସି ଯାଇଥିଲେ। ଟ୍ରାଫିକ ପୁଲିସ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଗାଡ଼ି ଗୁଡିକ ବାହାର କରିଥିଲେ।

ଭିଏସ୍ଏସ୍ ନଗର ପଥରବନ୍ଧ ବସ୍ତିର ଲୋକେ ନାନା ହସନ୍ତସନ୍ତ ହୋଇଥିଲେ। ଲୋକଙ୍କ ଘରେ ପଶିଆସିଥିଲା ବର୍ଷା ପାଣି । ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଲୋକେ ବାହାରକୁ ବାହାରି ପାରିନଥିଲେ । ପାଣି ପଶିଯାଇଥିବାରୁ ରୋଷେଇବାସ ମଧ୍ୟ ଠପ୍ ପଡ଼ିଥିଲା । ସକାଳୁ ବର୍ଷା ଲାଗି ରହିଥିବାବେଳେ ଭୋକ ଉପାସରେ ଦିନ କାଟିଥିଲେ ଲୋକେ । ଅଦିନିଆ ବର୍ଷାରେ ବେହାଲ ହୋଇ ପଡିଥିଲା ରାଜଧାନୀବାସୀଙ୍କ ଜୀବନ।

Heavy-rain-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories