୮ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ଯୋଗୁ ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଅନ୍ୟପକ୍ଷରେ ବର୍ଷା ପରେ ବନ୍ୟାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି।

ଲଘୁଚାପ ପ୍ରଭାବରେ ଆସନ୍ତାକାଲି କାଲି ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଓ ବଲାଙ୍ଗିର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ଚିଠି ଲେଖିଛନ୍ତି। ସମ୍ଭାବ୍ୟ ବନ୍ୟାସ୍ଥିତି ଓ ଭୂସ୍ଖଳନ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ଓ ଖାଦ୍ୟ ପାନୀୟ ବ୍ୟବସ୍ଥା ସୁନିଶ୍ଚିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ପରାମର୍ଶ ଦିଆଯାଇଛି।

ଲଗାଣ ବର୍ଷାର ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ବଢିଛି ଜଳସ୍ତର ଆଜି ଅପରାହ୍ଣ ସୁଦ୍ଧା ବୈତରଣୀର ଜଳସ୍ତର ବଢୁଥିବା ଲକ୍ଷ୍ୟ କରାଯାଇଛି। ଭଦ୍ରକ ଆଖୁପଦାଠାରେ ବୈତରଣୀ ଏବେ ବିପଦ ସଙ୍କେତ ଉପରେ ବହୁ ଥିବାରୁ ଏହାକୁ ନେଇ ଆତଙ୍କିତ ହୋଇଛନ୍ତି ନଦୀ କୂଳିଆ ଗାଁ ଲୋକେ।

ହଠାତ ବନ୍ୟା ଆସିବାରୁ ନୂଆପଡ଼ା ଜିଲ୍ଲା ଦେଇ ଯାଇଥିବା ଉଦନ୍ତୀ ନଦୀରେ ଫସିଛନ୍ତି ୧୫ ଲୋକଙ୍କ ସହ ବହୁ ଗୋରୁ। ସିନାପାଲି ବ୍ଲକ ଫୁରସୁଣ୍ଡ ଅଞ୍ଚଳର କିଛି ଲୋକ ଗାଈପଲ ସହ ନଦୀପଠାକୁ ଯାଇଥିବା ବେଳେ ହଠାତ୍ ବନ୍ୟା ଆସିବାରୁ ସେମାନେ ଫସି ଯାଇଥିଲେ। ସିନାପାଲି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି।

ଏଣେ ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ମଧ୍ୟ ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ଝୁମ୍ପୁରି, ଅନ୍ଧାରୀ ଓ ନୁଡେଇ ନାଳରେ ବନ୍ୟା ଆସିବାରୁ ବ୍ଲକର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ଖମାର ଥାନା ଓଡ଼ଶ ଗାଁର ଶୁଶାନ୍ତ ନାୟକ ନାମକ ଜଣେ ଯୁବକ ନାଳରେ ଭାସି ନିଖୋଜ ଥିବା ଅଭିଯୋଗ ହୋଇଛି।

ସେହିଭଳି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବୁଢାମ୍ବ ଚମ୍ପେଇତପୁର ନାଳ ଉପରେ ପାଣି ଚାଲୁଥିବାରୁ ବୁଢାମ୍ବ ଓ ପୁରୁଷୋତ୍ତମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ଫୁଲି ଉଠିଥିବାରୁ ବିଭିନ୍ନ ଛୋଟବଡ଼ ନାଳରେ ବନ୍ୟା ଆସିଛି। ଫଳରେ ବୀରମହାରାଜପୁରରୁ ରେଢ଼ାଖୋଲ, ବଉଦ ଓ ଆଠମଲ୍ଲିକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଆହୁରି ପଢ଼ନ୍ତୁ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

You might also like