ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଗାତାର କିଛି ଦିନର ତାତି ପରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଲଘୁଚାପ ଜନିତ ବର୍ଷା ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଭିଜାଇ ଦେଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଫଳରେ ରାଜ୍ୟର ଉତ୍ତର ଏବଂ ଦକ୍ଷିଣ ଜିଲ୍ଲାରେ ବର୍ଷା ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, କନ୍ଧମାଳ ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ ଏପରି ପାଗ ଲାଗିରହିବ । ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ବର୍ଷାର ପରିମାଣ ବଢ଼ିବା ପରେ ଚାଷ କାର୍ଯ୍ୟ ତ ଆରମ୍ଭ କରି ଦେଇଛି ଚାଷୀ।  କିଛି ଅଞ୍ଚଳରେ ତଳି ରୁଆ କାମ ଆରମ୍ଭ ହୋଇଥିବା ଜଣାଯାଇଛି। 

You might also like