ଆସୁଛି ବଡ଼ ବର୍ଷା, ସଜାଗ ରୁହ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପୂର୍ବାନୁମାନ ପରେ ଏନେଇ ସଜାଗ ହୋଇଛି ଜଳ ସମ୍ପଦକ ବିଭାଗ। ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ବଂଶଧାରା, ନାଗାବଳୀ ଓ ଋ଼ଷିକୁଲ୍ୟାର ଜଳ ଭଣ୍ଡାରରେ ଜଳସ୍ତର ୮୦ ପ୍ରତିଶତରୁ କମ ରଖାଯାଇଛି। ଏବେ ଏହି ନଦୀ ଗୁଡ଼ିକର ବିଭିନ୍ନ ଜଳ ଭଣ୍ଡାରରେ ୬୫ରୁ ୭୦ ପ୍ରତିଶତ ଜଳସ୍ତର ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

୮ଟି ଜିଲ୍ଲାର ନୋଡ଼ାଲ ଅଫିସର୍ ନିଯୁକ୍ତ କରାଯାଇଛି। ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଞ୍ଜାମ ମହଜୁଦ୍ କରି ରଖାଯାଇଥିବା ସୂଚନା ଦେଇଛନ୍ତି ଜ୍ୟୋତିର୍ମୟ।

ଅପରପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ବୈଠକ। ଲଘୁଚାପ ବର୍ଷା ଯୋଗୁଁ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ଏଥିପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଚଳିତମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ହେଡକ୍ୱାର୍ଟରରେ ରହିବେ।

ଆସ୍କା, ପାତ୍ରପୁର, ସୋରଡା, ପୁରୁଷୋତ୍ତମପୁର, ଛତ୍ରପୁର, ବ୍ରହ୍ମପୁର ଅଂଚଳର ଖାଲୁଆ ସ୍ଥାନ ଗୁଡିକରେ ବନ୍ୟା ସୃଷ୍ଟି ହେବାର ଅଧିକ ଆଶଙ୍କା ରହିଛି। ଏଥିଯୋଗୁଁ ଖାଲୁଆ ଅଞ୍ଚଳ, କଚ୍ଚାଘର, ପୁରାତନ କୋଠାଘର ଓ ବିପଦସଙ୍କୁଳ ଅବସ୍ଥାରେ ଘରେ ରହୁଥିବା ପରିବାର ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ଯେଉଁ ଅଂଚଳରେ ରାସ୍ତା ଧୋଇଯିବା ଅବସ୍ଥାରେ ଅଛି କିମ୍ବା ପାହାଡ଼ ଧସିବାର ଆଶଙ୍କା ରହିଛି। ସେହି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ଥର ବର୍ଷାରେ ଯେଉଁ ଅଞ୍ଚଳରେ ମାଟି ଧସିବା ସହ କ୍ଷୟକ୍ଷତି ହୋଇଥିଲା। ସେହି ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଇଛି। କିଭଳି ଜିରୋ କାଜୁଆଲଟି ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି।

ଆହୁରି ପଢ଼ନ୍ତୁ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

You might also like