ବର୍ଷା ପାଣିରେ ଭାସୁଛି ପୁରୀ ସହର

ପୁରୀ: ଲଗାଣ ବର୍ଷାରେ ପୁରୀର ଅବସ୍ଥା ବେହାଲ ହୋଇଛି। ଗତକାଲିଠୁ ପୁରୀରେ ୩୦୫ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ବର୍ଷା ପାଣିରେ ଭାସୁଛି ପୁରୀ ସହର। ସବୁଆଡ଼େ ଖାଲି ପାଣି ଆଉ ପାଣି। ବଡ଼ଦାଣ୍ଡରେ ଆଣ୍ଠୁଏ ଉପରେ ପାଣି ଚାଲୁଛି। କେବଳ ବଡଦାଣ୍ଡ ନୁହେଁ ଗୁଣ୍ଡିଚା ମନ୍ଦିର, ସମୁଦ୍ର ବେଳାଭୂମି ଆଦି ସ୍ଥାନ ବର୍ଷାପାଣିରେ ବୁଡ଼ି ରହିଛି।

ପୁରୀ ଜିଲ୍ଲା ପ୍ରଶାସନର ରେକର୍ଡ ରୁମ୍‌ରେ ମଧ୍ୟ ପାଣି ପଶିଯାଇଛି। ପାଣି ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ମେଡିକାଲ ଛକ, ମାଟିତୋଟା ଆଦି ଅଞ୍ଚଳରେ ଅବସ୍ଥା ମଧ୍ୟ ଉଦବେଗଜନକ ରହିଛି। ଏଥିଯୋଗୁ ଲୋକେ ବହୁତ ହଇରାଣ ହରକତ ହୋଇଛନ୍ତି। ପ୍ରବଳ ବର୍ଷାରେ ପୁରୀର ମାଟି ମଣ୍ଡପ ସାହି ଜଗତ ତିଆଡ଼ି ଜାଗାରେ ସ୍ୱରେଜ ପାର୍ଶ୍ୱ ଭୁଶୁଡ଼ି ପଡ଼ିଛି। ଆଗରୁ ଏଠାରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା।

You might also like