‍ଗୋପାଳପୁରରେ ପ୍ରବଳ ବର୍ଷା ଓ ପବନ

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ ‘ଫୋନି’। ସକାଳ ପ୍ରାୟ ସାଢ଼େ ୮ଟା ବେଳକୁ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଥିବା ବେଳେ ଏହାର ପ୍ରଭାବରେ ଗତକାଲିଠାରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସବୁଠୁ ଅଧିକ ବର୍ଷା ହୋଇଛି ଗୋପାଳପୁରରେ। ସକାଳ ସାଢ଼େ ୫ଟା ସୁଦ୍ଧା ଏଠାରେ ୧୪୯ ମିଲିମିଟର ବର୍ଷା ହୋଇଥିବା ବେଳେ ଘଣ୍ଟାପ୍ରତି ୧୦୫ କିଲୋମିଟର ବେଗରେ ପବନ ବହୁଛି।

‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଏଠାରେ ମଧ୍ୟ ବର୍ଷା ଜାରି ରହିଛି। ଏଯାବତ୍ ଏଠାରେ ୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଏଠାରେ ପବନର ବେଗ ଘଣ୍ଟାପ୍ରତି ୭୦ କିମି ରହିଛି।

ଭୁବନେଶ୍ୱରରେ ମଧ୍ୟ ଗତକାଲି ଠାରୁ ବର୍ଷା ଲାଗି ରହିଛି। ଏଠାରେ ୪୫ ମିଲିମିଟର ବର୍ଷା ହୋଇଛି। ଚାନ୍ଦବାଲିରେ ୩୧ ମିଲିମିଟର ଓ ପାରାଦୀପରେ ୨୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

କଟକ, ଯାଜପୁର ଓ ଭଦ୍ରକ ଆଦି ଅଞ୍ଚଳରେ ବି ବର୍ଷା ହୋଇଛି। ‘ଫୋନି’ ପାଖେଇ ଆସିବା ସହିତ ବର୍ଷାର ପରିମାଣ ବଢ଼ିବା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଉଥିବା ଖବର ଆସୁଛି।

ସୂଚନା ଅନୁଯାୟୀ, ‘ଫୋନି’ ଘଣ୍ଟାପ୍ରତି ୧୬ କିମି ବେଗରେ ପୁରୀ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ରହିବ। ସ୍ଥଳବିଶେଷରେ ଏହା ୨୦୦ କିମି ହେବ। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ।

 

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like