ସୀମାରେ କଡ଼ାକଡ଼ି ଚାଲିଛି ଯାଂଚ୍‌

ଚିନ୍ତା ବଢାଇବେ କି ପ୍ରବାସୀ?

ଗଜପତି: ବାହାର ରାଜ୍ୟରୁ ଏବେ ଗାଁ ମୁହାଁ ପ୍ରବାସୀ ଓଡିଆ। ପ୍ରବାସୀ ଓଡିଆ ଫେରୁଥିବାରୁ ଗଜପତି -ଗଂଜାମ ସୀମାରେ ଯାଞ୍ଚ ପ୍ରକିୟାକୁ କଡାକଡି କରାଯାଇଛି। ସୀମାର ନାକା ଗେଟରେ ପ୍ରବାସୀଙ୍କ ଯାଞ୍ଚ କରାଯାଉଛି। ଗଜପତିକୁ ପ୍ରାୟ ଦେଢ ଶହରୁ ଅଧିକ ପ୍ରବାସୀ ଫେରିଥିବା ବେଳେ ଆନ୍ଧ୍ରା ଓ ତେଲେଙ୍ଗେନାରୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ପ୍ରବାସୀଙ୍କୁ ଘରେ ୭ ଦିନ ପାଇଁ ସଂଘରୋଧରେ ରହିବା ନିର୍ଦ୍ଦେଶ ଦିଆଯାଇଛି। ଗୋଆ, କେରଳ, ଆନ୍ଧ୍ର ଏବଂ ତେଲେଙ୍ଗାନା ସମେତ ବିଭିନ୍ନ ରାଜ୍ୟରୁ ନିୟମିତ ଭାବେ ପ୍ରବାସୀ ଓଡିଶା ଫେରୁଛନ୍ତି। ଏନେଇ ପୋଲିସ୍ ପକ୍ଷରୁ ସେମାନଙ୍କ ଯାଞ୍ଚ ପ୍ରକିୟାକୁ କଡାକଡ଼ିି କରାଯାଇଛି ।ସଂକ୍ରମଣ ରୋକିବାକୁ ପ୍ରବାସୀଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।

ସେପଟେ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ଖାଦ୍ୟପେୟରେ ଅବ୍ୟବସ୍ଥା ଅଭିଯୋଗ ହୋଇଛି। ଏହାକୁ ନେଇ ଗେଟ ଭାଙ୍ଗି ବାହାରକୁ ବାହାରିଲେ ପ୍ରବାସୀ। ଘଟଣାଟି ଘଟିଛି ଗଜପତି ମୋହନା ଥାନା ଲୁହାଗୁଡି ସ୍ଥିତ କ୍ୱାରେଣ୍ଟାଇନ୍ ସେଣ୍ଟରରେ। ଗତ ୩ ଦିନ ହେଲା ଏଠାରେ ଠିକ୍ ସମୟରେ ଖାଇବାକୁ ଦିଆଯାଉନଥିବା ପ୍ରବାସୀ ଅଭଯୋଗ କରିଛନ୍ତି। ଏଥିସହ ଦିନ ୧୧ଟା ପର୍ଯ୍ୟନ୍ତ ଜଳଖିଆ ବ୍ୟବସ୍ଥା ମଧ୍ୟ କରାଯାଉନଥିବା ଅଭିଯୋଗ ହୋଇଛି। ହୋଟେଲ୍ ପକ୍ଷରୁ ଖାଦ୍ୟ ଯୋଗାଇବା ବନ୍ଦ ହୋଇଯାଇଥିବାରୁ ସମସ୍ୟା ଦେଖାଦେଉଛି। ତୁରନ୍ତ ଖାଦ୍ୟପେୟ ବ୍ୟବସ୍ଥା କରାଇବାକୁ ନର୍ଦ୍ଦେଶ ଦେଇଥିବା ବିଡ଼ିଓ କହିଛନ୍ତି।

ସେପଟେ, ତେବେ ୫ ତାରିଖରୁ ୧୯ ତାରିଖ ଯାଏ ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ ଲାଗିଛି। ବଢ଼ୁଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ କଟକଣା ଲାଗିବ। ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି। ଟ୍ୱିନ୍‌ସିଟି ସମେତ ରାଜ୍ୟର ପ୍ରମୁଖ ସହର ଓ ଗ୍ରାମାଞ୍ଚଳରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହେବ। ଏହାସହ ଜିଲ୍ଲା ଓ ରାଜ୍ୟର ପ୍ରବେଶ ପଥରେ ଚେକିଂକୁ ବଢ଼ାଇ ଦିଆଯାଇଛି।ଲକଡାଉନ୍‌ରେ ରାଜ୍ୟବ୍ୟାପୀ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଅବଶ୍ୟ, ଆହାର କେନ୍ଦ୍ରରେ ଖାଇବା ମନା ହୋଇଥିବା ବେଳେ କେବଳ ପାର୍ସଲ ନେଇପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ଏପଟେ,  ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ ।  ଆଜି ୧୦ ହଜାର ଉପରେ ରହିଛି ରାଜ୍ୟର ସଂକ୍ରମଣ ହାର। ଗତକାଲି ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୦,୬୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧି ପାଇଛି । ପୁଣି ଥରେ ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା ଏବଂ ତା ପଛକୁ ସୁନ୍ଦରଗଡ଼ ଏବଂ କଟକ ରହିଛି ।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୪ ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୧୯ ଜଣ ସଂକ୍ରମିତ । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦କୁ ବୃଦ୍ଧି ପାଇଛି ।

You might also like