ତାତିରେ ତାତିଲା ଟିଟ୍‌ଲାଗଡ଼: ଏହିସବୁ ଜିଲ୍ଲାକୁ ହିଟ୍ ୱେଭ୍ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବାତ୍ୟା ଅମ୍ପନ ଯିବା ପରଠୁ ଗତ ଦୁଇ ଦିନ ହେଲା ରାଜ୍ୟରେ ରେକର୍ଡ କରୁଛି ପାରଦ। ଗତକାଲି ଟିଟିଲାଗଡ଼ରେ ତାପମାତ୍ରା ୪୫.୨ ଡିଗ୍ରୀ ଥିବାବେଳେ ଆଜି ଏଥିରେ ରେକର୍ଡ କରି ପାରଦ ୪୫.୫ ଡିଗ୍ରୀରେ ପହଞ୍ଚିଛି।

ଗତକାଲି ଭଳି ଆଜି ବି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୧ ଡିଗ୍ରୀକୁ ଟପିଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତା’ସହ ୨ ଦିନରେ ତାତି ଆଉ ୨ରୁ ୩ଡିଗ୍ରୀ ବଢ଼ିବା ଆଶଙ୍କା କରିଛି ପାଣିପାଗ ବିଭାଗ।

Pak fifth most vulnerable to climate change: Study | Deccan Herald

ସ୍ଥିତିକୁ ଦେଖି ଆସନ୍ତା ୪ଦିନ ପାଇଁ ଅନୁଗୁଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଏବଂ ବୌଦ୍ଧ ଜିଲ୍ଲାକୁ ହିଟ୍ ୱେଭ୍ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

କେଉଁଠି ତାପମାତ୍ରା କେତେ ?

ଆଜି ଟିଟିଲାଗଡ଼ ପରେ ଭବାନୀପାଟଣାରେ ସର୍ବାଧିକ ୪୪.୨ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ଥିବା ବେଳେ ତାଳଚେରରେ ୪୩.୮, ବଲାଙ୍ଗିରରେ ୪୩.୫, ମାଲକାନଗିରିରେ ୪୩, ସମ୍ବଲପୁରରେ ୪୨.୬, ଓ ବୌଦ୍ଧରେ ୪୨.୫ ଡିଗ୍ରୀ ସେଲ୍‌ସିୟସ୍ ରହିଥିଲା।

Delmarva's Second Heat Wave of Summer Ends - 47abc

ସେହିପରି ହୀରାକୁଦ, ସୋନପୁର ଏବଂ ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ର ରହିଥିବା ବେଳେ ପାରଳାଖେମୁଣ୍ଡିରେ ୪୨ ଏବଂ ଫୁଲବାଣୀରେ ୪୧.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।

You might also like