ଅପରାହ୍ନ ୪ଟା ଯାଏ ଖରାକୁ ନ ବାହାରିବା ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ହିଟ୍ ୱେଭ୍‌ କଣ୍ଡିସନ୍‌ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବାକୁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି।

ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ଫଳରେ ଅସହ୍ୟ ଗରମରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଆଜି ବି ରାଜ୍ୟରେ ଏଭଳି ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି।

ମଙ୍ଗଳବାର ଆକସ୍ମିକ ଭାବେ ବାରିପଦାରେ ମାର୍ଚ୍ଚ ମାସର ତାପମାତ୍ରା ୪୪ ଡିଗ୍ରୀ ପାର୍‌ କରିବା ପରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଗତକାଲି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା

You might also like