୫ ଦିନ ସିଝିବ ଅଧା ଓଡ଼ିଶା, ୧୦ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଅତ୍ୟଧତ୍କ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୭, ୨୮ ଓ ୨୯ ତାରିଖ ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।

ସେପଟେ ତାତିରେ ଜଳୁଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା। ରାଜ୍ୟରେ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ। ୪୫.୮ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଆହୁରି ୫ ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ।

ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଅତ୍ୟଧତ୍କ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ବଲାଙ୍ଗିର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ମାଲକାନଗିରି ଓ ସମ୍ବଲପୁର। ଏହି ୧୦ଟି ଜିଲ୍ଲାକୁ ଆସନ୍ତାକାଲି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଏବଂ ୨୬, ୨୭, ୨୮ ଓ ୨୯ ତାରିଖ ସକାଳ ୮ଟା ୩୦ ଯାଏଁ ଅରେଞ୍ଜ ୱାର୍ଣ୍ଣିଂ ଜାରି।

You might also like