• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁବର୍ଣ୍ଣପୁର: ଅମାନବିକତାର ଆଉ ଏକ ପରିଚୟ । ଘର ବାରଣ୍ଡାରେ ପଡ଼ି ରହିଛି ମହିଳାଙ୍କ ମୃତଦେହ । ହେଲେ ପାଖ ପଡ଼ୋଶୀ କେହି ବି ଆସିଲେନି ଅନ୍ତିମ ସଂସ୍କାର କରିବାକୁ । ପୁଅ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଛି । ଏଣେ ଘରେ ପଡି ରହିଛି କରୋନା ସଂକ୍ରମିତ ମା’ର ମୃତଦେହ । ଗତକାଲି ରାତିରୁ ମୃତଦେହ ପଡି ରହିଥିଲେ ମଧ୍ୟ ଦିନ ଦ୍ୱିପ୍ରହର ସୁଦ୍ଧା ସତ୍କାର ହୋଇପାରିନାହିଁ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ । ବିନିକା ସହର ବେଲପଡାର ୫୫ ବର୍ଷୀୟ ଦାଶରଥୀ ବେହେରା ୮ ଦିନ ହେଲା କରୋନା ପଜିଟିଭ୍ ହୋଇ ବଲାଙ୍ଗିରଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ମା ୭୪ ବର୍ଷୀୟା ସୁଶୀଳା ବେହେରା ଗତ ୯ ତାରିଖରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ହେଲେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହା ଖବର ପାଖ ପଡ଼ୋଶୀ ଓ ବନ୍ଧୁ ପରିଜନ ମଧ୍ୟ ଜାଣିଛନ୍ତି ।

ତେବେ କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଶବ ସତ୍କାର ପାଇଁ ଆସୁନାହାନ୍ତି ସମ୍ପର୍କୀୟ କି ସାହି ପଡ଼ିଶା । ଏନେଇ ବିନିକା ଏନ୍ଏସିକୁ ସ୍ଥାନୀୟ ଲୋକେ ଖବର ଦେଇଛନ୍ତି । ଖବର ପାଇବା ପରେ, ଖୁବଶୀଘ୍ର ମୃତଦେହର ସତ୍କାର କରାଯିବ ବୋଲି କହିଛନ୍ତି ଏନ୍ଏସି ଅଧିକାରୀ ।

ଅନ୍ୟପଟେ ଏଭଳି ଘଟଣା ଏବେ ରାଜ୍ୟରେ ବାରମ୍ବାର ନଜରକୁ ଆସୁଛି । ବିଭିନ୍ନ ଗାଁ ଗହଳି ହେଉ କିମ୍ବା ସହର, ସବୁଠି ଏଭଳି ଘଟଣା ଦେଖିବାକୁ ମିଳୁଛି । ରୋଗ ପାଇଁ ମାନବିତା ବି ଭୁଲିଯାଉଛନ୍ତି ଲୋକେ । ଏମିତିକି ମୃତକଙ୍କ ବନ୍ଧୁ ପରିଜନ ମଧ୍ୟ ଶବକୁ କାନ୍ଧ ଦେବା ପାଇଁ ଆସୁନାହାନ୍ତି । ସବୁ ସମୟରେ ପାଖରେ ରହି ଆସୁଥିବା ପାଖ ପଡ଼ୋଶୀ ମଧ୍ୟ ରୋଗ ଭୟରେ ଦୁରେଇ ଯାଉଛନ୍ତି । ବନ୍ଧୁ ପରିଜନଙ୍କ ଏଭଳି ବ୍ୟବହାର ଯୋଗୁଁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ କିମ୍ବା ସ୍ଥାନୀୟ ସରପଞ୍ଚ ତଥା ଲୋକ ପ୍ରତିନିଧି ଏବଂ ସମାଜସେବୀ ବାଧ୍ୟ ହୋଇ ଆଗେଇ ଆସୁଛନ୍ତି । ଏହାସହ ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି ।

Heartbreaking-incident-mothers-body-lying-on-the-porch-of-the-house
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories