ମୃତ ପୁଅ ଫଟୋକୁ ହାତରେ ଧରି ସ୍ୱାମୀଙ୍କୁ ଶେଷ ବିଦାୟ ଦେଲେ ସ୍ତ୍ରୀ

ଭୁବନେଶ୍ୱର: ସବୁ ସାମାଜିକ କଟକଣା ଓ ପରମ୍ପରାକୁ ପଛ କରି ଶ୍ମଶାନରେ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଛନ୍ତି ସ୍ତ୍ରୀ। ପୁଣି ବର୍ଷକ ତଳୁ ଆରପାରିକୁ ଚାଲିଯାଇଥିବା ପୁଅର ଫଟୋକୁ ସାଙ୍ଗରେ ଧରି ଜୀବନ ସାଥିକୁ ଦେଇଛନ୍ତି ବିଦାୟ।

ରାଜଧାନୀ ଉପକଣ୍ଠରେ ଗତ ୩ ତାରିଖ ଦିନର ଏ ଘଟଣା ଯେତିକି ହୃଦୟ ବିଦାରକ ସେତିକି ପ୍ରଶଂସନୀୟ ମଧ୍ୟ। ଦେଖିବା ଛାତିକୁ ପଥର କରି ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ଦେବାକୁ ଅନନ୍ୟ ଉଦ୍ୟମ କରି ଉଦାହରଣ ସାଜିଥିବା ସେହି ମହିଳାଙ୍କ କାହାଣୀ।

ଇଶ୍ୱରଙ୍କ ଇଚ୍ଛା ଯେ, କେତେବେଳେ ଅତି ଆପଣାର ମଣିଷର ଶେଷ ଇଚ୍ଛାକୁ ବି ପୂରଣ କରିପାରେ, ତାହା ଏ ଘଟଣାରୁ ଆଉ ବୁଝିବାକୁ ବାକି ନାହିଁ। ପୁଅର ଅବର୍ତ୍ତମାନରେ ତା ଫଟୋକୁ କାଖରେ ଜାକି ଶ୍ମଶାନରେ ସ୍ୱାମୀଙ୍କ ଶେଷକୃତ୍ୟ କରିବାର ନିଷ୍ପତ୍ତି ପତ୍ନୀ ଅମିୟବାଳାଙ୍କ ପାଇଁ ଯେତିକି ହୃଦୟ ବିଦାରକ ଅନ୍ୟମାନଙ୍କ ପାଇଁ କିନ୍ତୁ ସେତିକି ପ୍ରେରଣାଦାୟକ।

ବର୍ଷକ ତଳୁ ଅବେଳରେ ଅକସ୍ମାତ୍ ଏକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ପୁଅ ଚାଲିଯିବା ପରେ ଛାତିକୁ ପଥର କରି ସେ କୋହକୁ ଭୁଲିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଅଞ୍ଚଳର ଅମିୟବାଳା ପରିଡ଼ା। ବରଂ ତା ବଦଳରେ ବ୍ରେନଷ୍ଟ୍ରୋକରେ ଆକ୍ରାନ୍ତ ଶଯ୍ୟାଶାୟୀ ସ୍ୱାମୀଙ୍କ ସେବାରେ ନିଜକୁ ନିୟୋଜିତ କରି ସମୟ ସ୍ରୋତରେ ଆଗକୁ ଚାଲୁଥିଲେ।

ହେଲେ ତାହା ବି ବେଶୀ ଦିନ ତିଷ୍ଠିଲାନି। ଶେଷରେ ଗତ ୩ ତାରିଖ ଦିନ ସ୍ୱାମୀ ଚଣ୍ଡି ପ୍ରସାଦଙ୍କୁ ସବୁଦିନ ପାଇଁ ଅମୀୟବାଳାଙ୍କଠୁ ଛଡ଼ାଇ ନେଲେ ଇଶ୍ୱର। ପୁଅ ବିନା କେମିତି ହେବ ସ୍ୱାମୀଙ୍କ ଅନ୍ତିମ ସଂସ୍କାର, ଭାବିବାକୁ ବେଳ ନଥିଲା। ସବୁ ସାମାଜିକ କଟକଣା ଓ ଲୋକନିନ୍ଦାକୁ ପଛକରି ସାହସ ଜୁଟାଇ ସ୍ୱାମୀଙ୍କୁ ମୁକ୍ତି ଦେଇଥିଲେ ଅଭାଗିନୀ ଅମିୟବାଳା।


ବିଧିର ବିଧାନ ବଡ଼ ବିଚିତ୍ର। ବର୍ଷକ ଭିତରେ ଆଗ ପଛ ହୋଇ ପୁଅ ଓ ସ୍ୱାମୀ ଆର ପାରିକୁ ଚାଲିଗଲା ପରେ ଅମୀୟବାଳା ସଂପୂର୍ଣ୍ଣ ଏକାକୀ ହୋଇଯାଇଛନ୍ତି ସତ, ହେଲେ ତାଙ୍କର ଅତି ଆପଣାର ଦୁଇ ମଣିଷଙ୍କୁ ଚିରକାଳ ଅମର ରଖିବାକୁ ଯଉଁ ପଣ କରିଛନ୍ତି ତାହା କିନ୍ତୁ ବେଶ୍ ପ୍ରଶଂସନୀୟ।

କାରଣ ଯେଉଁ ରାସ୍ତା ଦୁର୍ଘଟଣାରେ ପୁଅ ଚାଲିଗଲା ସେହିଭଳି ଦୁସ୍ଥିତି ଯେମିତି ଅନ୍ୟ କାହା ଭାଗ୍ୟରେ ନଆସେ ସେଥିଲାଗି ପୁଅ ନାଁରେ ରୋଡ ସେଫ୍ଟି ଫାଉଣ୍ଡେସନ ଗଢ଼ି ବର୍ଷକ ତଳୁ ଅମୀୟବାଳା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟ ଚଳାଇଥିବାବେଳେ, ସ୍ୱାମୀଙ୍କ ନାଁରେ ଆଉ ଏକ ଟ୍ରଷ୍ଟ କରି ବସ୍ତି ଅଞ୍ଚଳର ଗରିବ ପିଲାଙ୍କ ପାଠପଢ଼ା ଓ ଖାଦ୍ୟ ପେୟ ବ୍ୟବସ୍ଥା କରୁଥିଲେ।

ଯାହାକି ଆଗାମୀ ଦିନରେ ତାଙ୍କୁ ବଞ୍ଚିବାର ରାହା ଯୋଗାଇବ ବୋଲି କୋହଭରା କଣ୍ଠରେ କହିଛନ୍ତି ଅମୀୟବାଳା।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like