କଅଁଳ ବୟସରେ ପରିବାରର ବୋଝ

କେନ୍ଦୁଝର : କଅଁଳ ବୟସରେ ପେଟ ଚିନ୍ତା। ଯେଉଁ ବୟସରେ ବହି ବସ୍ତାନି ଧରିବା କଥା, ସେହି ବୟସରେ ପରିବାରର ବୋଝ। ଏହା ହେଉଛି, କେନ୍ଦୁଝର ସଦର ବ୍ଲକ ରାମଚନ୍ଦ୍ରପୁର ମୁଣ୍ଡାସାହିର ଗୁରୁବାରୀ ମୁଣ୍ଡାଙ୍କ କଥା।

ଗୁରୁବାରିଙ୍କ ବୟସ ୧୨ ବର୍ଷ, ହେଲେ ଏହି ବୟସରେ ସେ ଓ ତାଙ୍କ ୫ ଭାଇ-ଭଉଣୀ ଦିଓଳା ଖାଇବା ସଂଗ୍ରହ କରୁଛନ୍ତି। ୨ ବର୍ଷ ତଳେ ମା’ ମୁକ୍ତାମଣି ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବାପା ଚୈତନ୍ୟ ଦ୍ୱିତୀୟ ବିବାହ କରି ନିଜ ପିଲାଙ୍କୁ ପର କରିଦେଲା। ଏବେ ଗୁରୁବାରୀ ଓ ତାଙ୍କ ୫ ଭାଇ ଭଉଣୀ ଜଙ୍ଗଲରୁ କାଠ କାଟି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି।

ନାବାଳିକା ହୋଇଥିବାରୁ ସେମାନଙ୍କୁ କେହି କାମଧନ୍ଦା ଦେଉନାହାନ୍ତି। ଫଳରେ ପେଟକୁ ଦାନା ମୁଠାଏ ପାଇଁ ଏମାନଙ୍କୁ ବାର ଦୁଆର ହେବାକୁ ପଡୁଛି। ଏହି ୫ ଭାଇ-ଭଉଣୀ ଜଣେ ସମ୍ପର୍କୀୟ ଆଈଙ୍କ ପାଖରେ ରହୁଛନ୍ତି ସତ, କିନ୍ତୁ ଏମାନଙ୍କ ଯତ୍ନ ଓ ଥଇଥାନରେ ସେ ସମ୍ପୂର୍ଣ୍ଣ ଅକ୍ଷମ। ତେବେ ଏ ସମ୍ପର୍କରେ ପ୍ରଶାସନ ଅବଗତ ହେବା ପରେ ଏମାନଙ୍କୁ ଥଇଥାନ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like