ବଂଶଧାରା ନଦୀ ଜଳ ବିବାଦ: କାଲି ପୁଣି ଶୁଣାଣି

ଭୁବନେଶ୍ୱର:  ବଂଶଧାରା ନଦୀ ଜଳ ବିବାଦ ମାମଲାର ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ। ଶୁଣାଣି ବେଳେ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଓକିଲ ନିଜର ପକ୍ଷ ରଖିଛନ୍ତି। ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେଇଥିଲେ। ହେଲେ ଦୁଇ ରାଜ୍ୟ ମଧ୍ୟରେ ଏନେଇ ଜାନୁଆରୀ ୨୮ରେ ବୈଠକ ହୋଇଥିଲେ ବି ତାହା ସଫଳ ହୋଇନାହିଁ ବୋଲି ଆଜି ଟ୍ରିବ୍ୟୁନାଲଙ୍କୁ ଜଣାଯାଇଛି।

ସୂଚନାଯୋଗ୍ୟ, ଆନ୍ଧ୍ର ଓ ଓଡ଼ିଶାର ବୈଷୟିକ ଟିମ୍ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ଜଳ ବଣ୍ଟନ ଓ ବିବାଦ ନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା। ହେଲେ ସେଥିରେ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ ବୋଲି ଆନ୍ଧ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଓ୍ୱାଇ. ରାଜଗୋପାଳ ଟ୍ରିବ୍ୟୁନାଲଙ୍କୁ ଜଣାଇଛନ୍ତି।

ଆସନ୍ତାକାଲି ପୁଣି ମାମଲାର ଶୁଣାଣି ହେବ।

You might also like