ସ୍ୱାସ୍ଥ୍ୟକର୍ମୀଙ୍କ ଚରମ ଅବହେଳା: ଔଷଧ ବଦଳରେ ଏସିଡ୍ ବ୍ୟବହାର କରିବାରୁ ମହିଳା ଗୁରୁତର

  • ଗଡ଼ିଗାଁ ହସ୍ପିଟାଲରେ ଖାମଖିଆଲି ଚିକିତ୍ସା
  • ଔଷଧ ବଦଳରେ ଏସିଡ୍ ବ୍ୟବହାର କରାଯାଇଥିବା ଅଭିଯୋଗ !
  • ମହିଳାଙ୍କୁ ବାରିପଦା ପିଆର୍ ମେଡିକାଲ ସ୍ଥାନାନ୍ତର

ବାରିପଦା(ମାଣିକଲାଲ ପାଣି):  ମୟୂରଭଂଜ ଜିଲ୍ଲା ଖୁଣ୍ଟା ବ୍ଲକ ଗଡ଼ିଗାଁ ହସ୍ପିଟାଲରେ ଖାମଖିଆଲି ଚିକିତ୍ସା । ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳା । ଜଣେ ମହିଳାଙ୍କ ଚିକିତ୍ସା ବେଳେ ଓଷଧ ବେଳେ ଏସିଡ୍ ପରି କିଛି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ଚିକିତ୍ସା ପାଇଁ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଚିକିତ୍ସା ପାଇଁ ଏସିଡ ପରି କିଛି ତରଳ ପଦାର୍ଥ ବ୍ୟବହାର କରିଥିବା ମହିଳା ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ପୀଡ଼ିତା ମହିଳା ଜଣଙ୍କ ହେଉଛନ୍ତି ଖୁଣ୍ଟା ବ୍ଲକ୍ ତଥା ଉଦଳା ଥାନା ଅନ୍ତର୍ଗତ ବୃନ୍ଦାଗଡ଼ି ଗ୍ରାମର ଶାନ୍ତିଲତା ରାଉତ ।  ଗତକାଲି  ସ୍ୱାମୀଙ୍କ ସହ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ୮ ମାସ ତଳେ ବ୍ୟବହାର ହୋଇଥିବା କପର ଟି ବାହାର କରିବାକୁ ନେଇଥିଲେ । ଡିୟୁଟିରେ ଥିବା ସ୍ଵାସ୍ଥ୍ୟକର୍ମୀ ମହିଳାଙ୍କ ଶରୀରରୁ  କପିର ଟି ବାହାର କରିଥିଲେ। ମାତ୍ର ତ୍ରୁଟିପୂର୍ଣ୍ଣ ଭାବେ କପର ଟି ବାହାର କରିବା ପିରେ ଔଷଧ ବଦଳରେ କିଛି ଅନ୍ୟ ଔଷଧ ଦେଇ ଦେବାରୁ ମହିଳା ଜଣଙ୍କୁ ଅସହ୍ୟ ଯନ୍ତ୍ରଣାରେ ଛାଟିପିଟି ହୋଇଥିଲେ।

ମହିଳା ଜଣଙ୍କ ଚିତ୍କାର କରିବାରୁ ମହିଳା ସ୍ଵାସ୍ଥ୍ୟ କର୍ମୀ ସେଠାରୁ ବାହାନା କରି ଖସି  ପଳାଇଥିଲେ । ଏହି ତ୍ରୁଟିପୂର୍ଣ୍ଣ ଚିକିତ୍ସା ପରେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗ ସହ ଶରୀରର କିଛି ଅଂଶ ପୋଡ଼ି ଯାଇଛି। ଏହାପରେ ମହିଳାଙ୍କୁ ତାଙ୍କ ସ୍ଵାମୀ ସଙ୍ଗେ ସଙ୍ଗେ ବାରିପଦା ପିଆର ଏମ୍ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି ।

 

 

 

 

 

You might also like