ଅବ୍ୟବସ୍ଥା ମଧ୍ୟରେ ଏସ୍‌ସିବି ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର

କଟକ: ମେଡ଼ିକାଲ୍‌ ଫାଟକ ସାମ୍‌ନାରେ ରୋଗୀ ସମ୍ପର୍କୀୟଙ୍କ ବିକ୍ଷୋଭ ପ୍ରଦର୍ଶନ। ଚିକିତ୍ସା ଲାଗି ଡାକ୍ତର ନ ଥିବାରୁ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସେମାନଙ୍କ ଅଭିଯୋଗ, ଡାକ୍ତରଖାନାରେ ରୋଗୀ ଥିଲେ ବି ସେମାନଙ୍କ ଚିକିତ୍ସା ଲାଗି ଜଣେ ବି ଡାକ୍ତର ନାହାନ୍ତି। ୧୫ ଦିନ ହେଲା ବିନା ଡାକ୍ତରରେ କଟକ ଏସ୍‌ସିବି ମେଡିକାଲ୍‌ ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ଚାଲିଛି।

ଏପରିକି ମେଡ଼ିକାଲ୍‌ରେ ଆଡମିଶନ କଲା ଦିନଠାରୁ ଡାକ୍ତରଙ୍କ ଦେଖା ଦର୍ଶନ ନଥିବା ସେମାନେ କହିଛନ୍ତି।  କେବଳ ନର୍ସ ଓ ମେଡ଼ିକାଲ୍‌ ଆଟେଣ୍ଡାଣ୍ଟ୍‌ ଭରସାରେ ରୋଗୀ ସେବା ଚାଲିଛି। ତେଣୁ ବାଧ୍ୟ ହୋଇ ଅନ୍ୟତ୍ର ନେଇଯିବାକୁ ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି।

ହସ୍ପିଟାଲ୍‌ର ଦୁଇ ଜଣ ଅସ୍ଥିଶଲ୍ୟ ଡାକ୍ତରଙ୍କ ଅବସରରେ ପରେ ଠିକା ନିଯୁକ୍ତି ଦେଇଥିଲେ ସରକାର।  ହେଲେ ଠିକ୍ ସମୟରେ ଦରମା ନ ଦେବାରୁ ସେମାନେ ବି ଇସ୍ତଫା ଦେଇ ଚାଲି ଯାଇଛନ୍ତି।

ଏଥିସହ ଏଠାକାର ନିର୍ଦ୍ଦେଶକ ପ୍ରକାଶ ମହାପାତ୍ରଙ୍କୁ ବୁର୍ଲା ମେଡିକାଲ୍‌ କଲେଜର ଅତିରିକ୍ତ ଦାୟିତ୍ୱ ଦିଆଯାଇ ଥିବାରୁ ସେ ବି ଅନୁପସ୍ଥିତ ରହୁଛନ୍ତି। ହେଲେ ନ୍ୟୁରୋଲୋଜି, ଅର୍ଥପେଡିକ୍‌ ଓ ଫିଜିକାଲ ମେଡିସିନ୍‌ ବିଭାଗର ଜଣେ ଡାକ୍ତରଙ୍କୁ ନିର୍ଦ୍ଦେଶକ ପଦବୀ ଦିଆଯିବାର ନିୟମ ଥିବା ବେଳେ ବାୟୋ କେମେଷ୍ଟ୍ରି ଡାକ୍ତରଙ୍କୁ ଏହି ପଦବୀ ଦିଆଯାଇଛି। ଫଳରେ ସେ ଠିକ୍‌ରେ ରୋଗୀଙ୍କ ଚିକିତ୍ସା କରି ପାରୁ ନଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like