କ୍ୱାରେଣ୍ଟିନ ସେଣ୍ଟର୍‌ରେ ଦୁଇ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର: ରାଜ୍ୟରେ କ୍ୱାରେଣ୍ଟିନ କେନ୍ଦ୍ରରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ରିପୋର୍ଟ ତଲବ କରିଛି।

ରିପୋର୍ଟ ଆସିଲେ ସେହି ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଦୁଇଟି କ୍ୱାରେଣ୍ଟିନ ସେଣ୍ଟରରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା କୋଭିଡ ସେଣ୍ଟରରେ ୨୧ ବର୍ଷୀୟ ଯୁବକ ଜଣକ ଶୌଚ ପାଇଁ ଯାଇଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ପରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଉଛି।

ସେପଟେ ଗଞ୍ଜାମ ଜିଲ୍ଲା ପୋଲସରାରେ ଥିବା କ୍ୱାରେଣ୍ଟିନ ସେଣ୍ଟରରେ ଜଣେ ସୁରତ ଫେରନ୍ତା ଗତ ଗୁରୁବାର ଅସୁସ୍ଥ ହୋଇପଡ଼ିଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ କରଯାଇନଥିଲା।

You might also like